ବାରିପଦା: ବାରିପଦା ପିଆରଏମ ହସପଟାଲରେ ଛାତ ଅତଡା ଗଳି ଗତ ୩ ତାରିଖ ଦିନ ଗୁରୁତର ହୋଇଥିବା ପୋଡା ଅସ୍ତିଆ ଅଂଚଳର ରୋଗୀ ଚକ୍ରଧର ସିଂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରା ଯାଇଥିଲା । ସେଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା । ସେ ବାରିପଦା ପି.ଆର.ଏମ. ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ଉପରେ ମେଡିକାଲ ଛାତ ଉପରୁ କଂକ୍ରିଟ ଅତଡ଼ା ଖସି ତାଙ୍କ ମୁଣ୍ଡରେ ପଡିଯିବାରୁ ସେ ଗଭୀର ଭାବେ ଆହତ ହୋଇଥିଲେ ।
ପରିବାର ଲୋକେ ତାଙ୍କର ଚିକିତ୍ସାରେ ଅବହେଳା କରାଯାଇଥିବାର ଅଭିଯୋଗ କରିଥିଲେ ଓ ଜେଏମଏମ ପକ୍ଷରୁ ଉପଯୁକ୍ତ ଚିକିତ୍ସା ଦାବିରେ ଆନ୍ଦୋଳନ ମଧ୍ୟ କରାଯାଇଥିଲା । ତାଙ୍କୁ ଡେରିରେ ଲୋକଙ୍କ ଚାପ ପରେ ହସପିଟାଲ କତୃପକ୍ଷ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ତେଣୁ ଚକ୍ରଧରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗଙ୍କୁ କ୍ଷତି ପୂରଣ ଯୋଗାଇ ଦେବାପାଇଁ ସରକାରଙ୍କ ଠାରେ ଦାବି କରା ଯାଇଥିଲେ ମଧ୍ୟ କିଛି ପ୍ରତିଶ୍ରୁତି ନମିଳିବାରୁ ଶୁକ୍ରବାର ରାତିରେ ତାଙ୍କ ମୃତଦେହ ପୋଡାଅସ୍ତିଆ ଠାରେ ପହଂଚିବା ପରେ ଘରଲୋକଙ୍କ ସହିତ ସ୍ଥାନୀୟ ଗ୍ରାମବାସୀ ମଶି ଉପଯୁକ୍ତ କ୍ଷତିପୁରଣ ଦାବୀରେ ପୋଡା ଅସ୍ତିଆ ଠାରେ ଶୁକ୍ରବାର ରାତିଠାରୁ ଶବକୁ ରାସ୍ତା ଉପରେ ବସି ବାରିପଦା ଉଦଳା ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ।
ଘଟଣା ସ୍ଥଳରେ ଶ୍ୟାମାଖୁଂଟା ତହସିଲଦାର ରାଧା ରଂଜନ ଦାସ, ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ, ବାରିପଦା ଏସଡିପିଓ କେ.କେ. ହରିପ୍ରସାଦ ଓ ବାରିପଦା ଟାଉନଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପହଂଚି ଉତ୍ୟକ୍ତ ଲୋକଙ୍କୁ ଯେତେ ବୁଝାସୁଝା କରିଥିଲେ ମଧ୍ୟ ବିନା ଉପଯୁକ୍ତ କ୍ଷତିପୁରଣରେ ଲୋକେ ରାସ୍ତାରୁ ହଟି ନଥିଲେ । ପରେ ଶ୍ୟାମାଖୁଂଟା ତହସିଲଦାର ପହଂଚି ମଖ୍ୟମନ୍ତ୍ରୀଙ୍କ ସହାୟତା ପାଂଠିରୁ ୫ଲକ୍ଷ ଟଙ୍କାର କ୍ଷତିପୁରଣ ସହ ରେଡକ୍ରସ ପାଂଠିରୁ ୨୦ ହଜାର ଏବଂ ଆମ୍ବୁଲାନ୍ସ ଖର୍ଚ୍ଚ ବାବଦକୁ ୧୦ ହଜାର ମୋଟ ୫ଲକ୍ଷ ୩୦ ହଜାର ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାର ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ଲୋକେ ରାସ୍ତା ଅବରୋଧରୁ ହଟିବା ସହ ଶବ ସଂସ୍କାର କରିଥିବାର ଜଣା ଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/IMG-20211009-WA0004.jpg)