ସିଂହପୁର: ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଓଳେଇଚନ୍ଦନପୁର ପଞ୍ଚାୟତର ଓଳେଇ ଚନ୍ଦନପୁର ସରକାରୀ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ବିଜ୍ଞାନ, ଗଣିତ ଓ ହିନ୍ଦୀ ଶିକ୍ଷକ ପଦବି ଫାଙ୍କା ପଡ଼ିଛି। ଦୁଇବର୍ଷ ତଳୁ ଏହି ବିଭାଗର ଶିକ୍ଷକମାନେ ଅବସର ନେଇଛନ୍ତି।
ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଅଭିଭାବକମାନେ ବାରମ୍ବାର ଉପରିସ୍ଥ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ। ଫଳରେ ଛାତ୍ରଛାତ୍ରୀ ଆଜି ଧାରଣାରେ ବସିଥିଲେ। ପ୍ରଧାନଶିକ୍ଷକ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେବାପରେ ପିଲାମାନେ ଧାରଣାରୁ ଉଠିଥିଲେ।