ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କୁଡିଆ ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ପିଇବା ପାଣି ପାଂଇ ଗରା ବାଲଟି ରଖି ଧାରଣା ଦେଲେ ଗ୍ରାମବାସୀ। ସୂଚନା ଅନୁଯାୟୀ ଏହି ପଞ୍ଚାୟତରେ ଲୋକମାନଙ୍କୁ ପିଇବା ପାଣି ଯୋଗାଇବା ପାଇ ବସୁଧା ଯୋଜନାରେ ଗୋଟିଏ ଓଭର ହେଡ ପାଣି ଟାଙ୍କି ରହିଥିବା ବେଳେ ସେଥିରେ ୩ ହଜାରରୁ ଊର୍ଦ୍ଧ୍ବ ଲୋକେ ନିର୍ଭର କରିଥାନ୍ତି। ମାତ୍ର ଗତ ୩ ମାସ ଧରି ସେଥିରୁ ଗୋଳିଆ ପାଣି ବାହାରୁ ଥିବାରୁ ଲୋକମାନେ ପାଣି ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ଏନେଇ ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ନମିଳିବାରୁ ଗରା ବାଲଟି ରଖି ପଞ୍ଚାୟତ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।