୬ ଦଫା ଦାବିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଗଣଧାରଣା

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ୬ ଦଫା ଦାବିରେ ଆଜି ସାଧାରଣ ଜନତାଙ୍କ ତରଫରୁ ଧାରଣା ଦିଆଯାଇଥିଲା । ବାଲିପାଟଣା ଏବଂ ବାଲିଅନ୍ତା ଅଞ୍ଚଳର ୨ ଲକ୍ଷରୁ ଉର୍ଦ୍ଧ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲ ଉପରେ ନିର୍ଭର କରନ୍ତି।

ଅଭୟମୁଖି, ବନମାଳିପୁର ଏବଂ ରାଜସ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ରୋଗୀ ସେବା ଖୋଲା ରହୁ । ଏ ଠାରେ ନିୟୋଜିତ ଡାକ୍ତର ଏବଂ କର୍ମଚାରୀ ଦିନ ୧୨ଟା ପରେ ମେଡିକାଲରେ ରହୁନାହାଁନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୂତୀ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଉଛି। ଆସସ୍ଥ୍ୟ କର ପରିବେଶ ରୋଗୀ ପ୍ରଭାବିତ ହେଉଛନ୍ତି। ରୋଗୀକଲ୍ୟାଣ ସମିତି ଅର୍ଥ ବାଟ ମାରଣା ହେଉଛି।

ନୂତନ କାର୍ଯ୍ୟ ପାଇଁ ବୈଠକରେ ଯୋଜନା ହେଉଛି। କିନ୍ତୁ ଖର୍ଚ୍ଚ ଟଙ୍କାର ହିସାବରେ ତାଳମେଳ ରହୁନାହିଁ। ସରକାରୀ କ୍ୱାଟର ଅଛି। ହେଲେ ଜଣେ ବି ଡାକ୍ତର ସେଠାରେ ରହୁନାହାଁନ୍ତି। ସରକାରୀ ଔଷଧ ଉପରେ ଗାଁ ଗହଳି ଲୋକ ନିର୍ଭର କରନ୍ତି। କିନ୍ତୁ ସନ୍ଧ୍ୟା ପର ଠାରୁ ମେଡ଼ିସିନ ମିଳୁନାହିଁ। ୨୪ ଘଣ୍ଟିଆ ମେଡ଼ିସିନ ଷ୍ଟୋର ଖୋଲାଯାଉ ବୋଲି ଧାରଣା କାରିଦାବି ରଖିଥିଲେ।

ଶିଶୁ ଓ ଅସ୍ଥିଶଲ୍ୟ ବିଭାଗରେ ସେପାଲିଷ୍ଟ ଡାକ୍ତର ପଦବୀ ବହୁ ଦିନ ହେଲା ଖାଲି ପଡିଛି। ତୁରନ୍ତ ପଦବୀ ପୂରଣ ଉଦେଶ୍ୟରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମନୋରଞ୍ଜନ ହାତୀଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଆଜିର ଧାରଣାରେ ବିଜେଡି ଯୁବ ସଭାପତି ରଞ୍ଜିତ ଜେନା, ଅନୁସୂଚିତ ଯୁବ ମୋର୍ଚ୍ଚା ସଭାପତି କୈଳାଶ ସେଠି, ଭରତ ବେହେରା, ରଶ୍ମିପ୍ରିୟା ଲେଙ୍କା, କାଜଲ ବେହେରା, ବୁଦ୍ଧନାଥ ବାରିକ, ଆରତ ଭୋଇ, ଧ୍ରୁବ ଭୋଇ, ସଂଯୁକ୍ତା ଚିନ୍ନାରା, ବାସନ୍ତୀ ଭୋଇ, ଅଶୋକ କୁମାର ସାହୁ, ପ୍ରଭାତୀ ନାୟକ ମିନତୀ ଭୋଇ ପ୍ରମ୍ମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର