ବାରିପଦା: ଦେଶର ପ୍ରମୁଖ କୃଷକ ସଙ୍ଗଠନ ତଥା କୃଷକ ସଂଘର୍ଷ ସମନ୍ୱୟ କମିଟି ସହିତ କୌଣସି ଆଲୋଚନା କରାନଯାଇ ପ୍ରଧାନମନ୍ତ୍ରୀ ମୁଦି ୩ଟି କୃଷି ବିଧେୟକକୁ ପାରିତ କରାଇ ଦେଶରେ କୃଷକମାନଙ୍କ ନିକଟରୁ ସେମାନଙ୍କର ଅଧିକାରକୁ ଛଡ଼ାଇ ନେଇ କୃଷି କ୍ଷେତ୍ରରେ ପୁଞ୍ଜିବାଦ ବ୍ୟବସ୍ଥାକୁ ଜୋର ଜବରଦସ୍ତ ଭାବେ ଲଦି ଦେଇଛନ୍ତି । ଏହାର ପ୍ରତିବାଦରେ ଆଜି ସମଗ୍ର ଭାରତ ବର୍ଷରେ କୃଷକମାନେ ଆଜି ରାଜ ରାସ୍ତାକୁ ଆନ୍ଦୋଳନ ନିମନ୍ତେ ଉହ୍ଲାଇ ଆସିଛନ୍ତି ।
କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହିତ କେନ୍ଦ୍ରସରକାର ଗତ ସଂସଦ ଅଧିବେଶନରେ ପାରିତ କରାଇଥିବା କୃଷକ ବିରୋଧୀ କଳା କୃଷି ବିଧେୟକକୁ ବାତିଲ ଏବଂ ବିଦ୍ୟୁତ୍ ବିଲ-୨୦୨୦ ପ୍ରତ୍ୟାହାର କରାଯିବା ଦାବିରେ ଆଜି ମୁୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାକୁ ଅବରୋଧ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
/sambad/media/post_attachments/wp-content/uploads/2020/12/IMG_20201203_120204-1024x476.jpg)
ସିଆଇଟିୟୁର ମୟୂରଭଞ୍ଜ ଜିଲ୍ଲା ସଭାପତି ରବିଗୋସ୍ୱାମୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ରାସ୍ତା ରୋକ ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ସିଆଇଟିୟୁର ସମ୍ପାଦକ ଅମଲ ଦେ, ଏଆଇଟିୟୁସିର ଜିଲ୍ଲା ସଭାପତି ଜଗବନ୍ଧୁ ମିଶ୍ର, ଛାତ୍ର କଂଗ୍ରେସର ଜାତୀୟ ସମ୍ପାଦକ ରୋଷନ ଲାଲ ବିଟ୍ଟୁ, କୃଷକ ନେତା ନନ୍ଦକୁମାର ମହାପାତ୍ର, ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚ ସଭାପତି ଧରମରାଜ ହାଁସଦାଃ, ରାକେଶ ସିଂ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଆଶିଷ କୁମାର ବାରିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ଅବିଳମ୍ବେ ବାତିଲ କରାଯିବା ସହ ଓଡ଼ିଶାରେ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କକୁ ପ୍ରତ୍ୟାହାର କରାଯିବା ନିମନ୍ତେ ଦାବି କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସିଆଇଟିୟୁର ରଞ୍ଜିତା ରାଉତ, ସେକ୍ ଏମଡ଼ି ରିଜିଆନ୍, ସଞ୍ଜୟ କୁମାର ଜେନା, ଶକ୍ତିପଦ ସାହୁ, ସୁବାଷ ବେହେରା, ରଥ ସିଂ, ଚଟିଆ ସିଂ, ମୋଦନ ଟୁଡ଼ୁ, ଜିତୁ ସୋରେନ, କରନ ହାଁସଦାଃ ଓ ମୋଦନ ହାଁସଦାଃ ପ୍ରମୁଖ ପରିଚାଳନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/IMG_20201203_115557.jpg)