ଭଦକ: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁବେଳେ ସବୁସମୟରେ ସହାୟତା ପ୍ରଦାନ କରିଥିବା ଆଶାକର୍ମୀମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇନ ଅମାନ୍ୟ ଆନ୍ଦୋଳନ କରିଛନ୍ତି ଏବଂ ଗିରଫ ମଧ୍ୟ ହୋଇଛନ୍ତି। ଆଶାକର୍ମୀମାନେ ସ୍ବାସ୍ଥ୍ୟ କ୍ଷେତ୍ରରେ ଦମକଳ ବାହିନୀ ଭଳି କାର୍ଯ୍ୟ କରି ବିଭିନ୍ନ ଯୋଜନାକୁ ତଳସ୍ତରରେ କାର୍ଯ୍ୟକାରୀ କରୁଛନ୍ତି। ଅପହଞ୍ଚ ସ୍ଥାନରେ ମଧ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପହଞ୍ଚାଇଛନ୍ତି। କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ ପରିବାରକୁ ପଛରେ ପକାଇ ମଧ୍ୟ କାର୍ଯ୍ୟ କରିଥିବାର ସମସ୍ତେ ଜାଣିଛନ୍ତି। ଦୁଃଖ ଓ ପରିତାପର ବିଷୟ ଦୀର୍ଘ ୧୭ ବର୍ଷ ହେଲା ସ୍ବାସ୍ଥ୍ୟ କ୍ଷେତ୍ରରେ ଛାମୁଆ ଭାବେ କାର୍ଯ୍ୟକରୁଥିବା ଆଶାକର୍ମୀ ଭଉଣୀ ମାସିକ ସର୍ତିଭିତିକ ସ୍ବଳ୍ପ ପ୍ରୋତ୍ସାହନ ରାଶି ଓ ସାମୟିକ ସରକାରୀ ସୁବିଧା ପାଉଛନ୍ତି, ଯାହାକି ସମୁଦ୍ରକୁ ଶଙ୍ଖ ଭଳି।ଫଳରେ ଆଶାକର୍ମୀ ପରିବାର ଆଜି ବହୁ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି।
କେରଳ ଆନ୍ଧ୍ରପ୍ରଦେଶ ଭଳି ବହୁ ରାଜ୍ୟରେ ଆଶାକର୍ମୀମାନେ ମାସିକ ପ୍ରୋତ୍ସାହନ ରାଶି ପରିବର୍ତ୍ତେ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଦରମା ପାଇଲା ବେଳେ ଆମ ରାଜ୍ୟରେ କର୍ମଚାରୀମାନେ ମାସିକ ସ୍ବଳ୍ପ ପ୍ରୋତ୍ସାହନ ରାଶିରେ ସୀମିତ ଅଛନ୍ତି। ଫଳରେ ଆଶାକର୍ମୀ ପରିବାର ଆଜି ଦୟନୀୟ ଭାବେ ବହୁ ଅଭାବ ଦେଇ ଜୀବନ ଅତିବାହିତ କରୁଛନ୍ତି। କିନ୍ତୁ ଉଭୟ ସରକାର ପେଟକୁ ଦେଇ ପିଠିକି ମାରିବା ପରିବର୍ତ୍ତେ ପେଟକୁ ମାରି ଚାଲିଛନ୍ତି। ଏ ସମ୍ପର୍କରେ ଆମ ସଂଗଠନ ଓଡ଼ିଶା ଆଶାକର୍ମୀ ଆସୋସିଏସନ, ବାରମ୍ବାର ଆଶାକର୍ମୀଙ୍କ ନ୍ୟାର୍ଯ୍ୟ ଦାବିକୁ ଆପଣଙ୍କ ନିକଟରେ ଆଲୋଚନା କରିବା ସହ ଆମ ନାର୍ଯ୍ୟ ଦାବି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନିବେଦନ କରି ଏଯାବତ ନିୟମିତ କର୍ମଚାରୀ ର ମାନ୍ୟତା ଓ ସର୍ବନିମ୍ନ ଦରମା ପାଇ ପାରିଲେ ନାହିଁ। ତେଣୁ ଏହାର ପ୍ରତିବାଦ କରି ଦେଶ ତମାମ ଆମ ସଂଗଠନ ନେତୃତ୍ୱରେ ଆଶାକର୍ମୀ ମାନଙ୍କ ତରଫରୁ ଚଳିତ ଦାବୀ ଗୁଡିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଜି ନିବେଦନ କରୁଅଛୁ। ଯଦି ସରକାର କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଗ୍ରହଣ କରନ୍ତି ତେବେ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମେ ଯିବୁ ଆମର ହକ ପାଇଁ ଏବଂ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଆମେ ବାଧ୍ୟ ହେବୁ ବୋଲି କହିଛନ୍ତି ଆଶାକର୍ମୀମାନେ।