ଭିସୁଟରେ ଅଚଳାବସ୍ଥା: ମୁଖ୍ୟ ଫାଟକରେ ତାଲା ଠୁଙ୍କିଲେ, ରାସ୍ତାରେ ମଧ୍ୟାହ୍ନ ଭୋଜନ ଖାଇ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଉଭୟ ଶିକ୍ଷକ ଓ ଛାତ୍ରଙ୍କ ଧାରଣା ପରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ଦେଖାଯାଇଛି। ଦ୍ଵିତୀୟ ବର୍ଷ ଇଞ୍ଜିନିୟରିଂର ମେକାନିକ୍ସ, ମ୍ୟାଥ୍‌-୨ ଓ ରସାୟନ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଇୟର ବ୍ୟାକ୍‌ ଲାଗିଥିବା ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ବୁଧବାର ସକାଳ ୧୦ଟାରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ଝୁଲାଇ ଦେଇଥିଲେ। ତେବେ ବୁଧବାରଠାରୁ ବିଟେକ୍‌ ପ୍ରଥମ ବର୍ଷ ଓ ଇଣ୍ଟିଗ୍ରେଟେଡ ଏମ୍‌ଏସ୍‌ସିର ନାମ ଲେଖା ଆରମ୍ଭ ହୋଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିଡ଼ ଜମିଥିଲାଯ। ପରେ ସେମାନଙ୍କୁ ଭିତରକୁ ପଶି ଆଡମିସନ କରିବାକୁ ସୁଯୋଗ ଦିଆଯାଇଥିବା ବେଳେ ବାହାରକୁ କିନ୍ତୁ ଛଡ଼ା ଯାଇନଥିଲା। ଫଳରେ ଦୀର୍ଘ ସମୟ ଧରି ନୂତନ ଛାତ୍ରଛାତ୍ରୀ ଓ ଅଭିଭାବକ ବିଶ୍ୱ ବିଶ୍ୱବିଦ୍ୟାଳୟ ପରିସରରେ ଅଟକି ରହିଥିଲେ।

ପ୍ରାୟ ୧ ହଜାର ଛାତ୍ରଛାତ୍ରୀ କ୍ୟାମ୍ପସ ରାସ୍ତାରେ ତଳେ ବସି ଧାରଣା ଦେଇଥିଲେଯ। ଦିନତମାମ୍‌ ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ୱେ ଛାତ୍ରଛାତ୍ରୀ ଧାରଣାରୁ ଉଠିନଥିଲେ। ସେପଟେ, ରାସ୍ତା ଉପରେ ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର