ଭଦ୍ରକ: କମ୍ପ୍ୟୁଟର ଯୁଗରେ କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ। ପୁନଃ ନିଯୁକ୍ତି ସହ ୫ ଦଫା ଦାବି ନେଇ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲାରେ ୧୭୪ଟି ବିଦ୍ୟାଳୟରେ ଏହି ଶିକ୍ଷକ ମାନେ ନିଯୁକ୍ତି ହୋଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ କମ୍ପ୍ୟୁଟର ଶିକ୍ଷାଦାନ କରୁଥିଲେ। ଏନେଇ ସରକାରଙ୍କ ପକ୍ଷରୁ କମ୍ପ୍ୟୁଟର ଶିକ୍ଷାଦାନ କରିବା ପାଇଁ ବହୁ ଲକ୍ଷ୍ୟ ଟଙ୍କା ବ୍ୟୟରେ ଭିତ୍ତିଭୂମିର ବିକାଶ ମଧ୍ୟ ହୋଇଥିଲା। ତାହା ପୁଣି ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା। ଯାହାକି ଟିକସ ଦାତାଙ୍କ ଅର୍ଥ।
ସୂଚନା ଅନୁଯାୟୀ ଏହି ଶିକ୍ଷାଦାନ ବ୍ୟବସ୍ଥା ଜିଲ୍ଲାର ସମସ୍ତ ୧୭୪ଟି ବିଦ୍ୟାଳୟରେ ୫ ବର୍ଷ ଧରି ହେବା ପରେ ତାହା ହଠାତ ବନ୍ଦ କରିଦେଲେ ସରକାର। ଫଳରେ ବର୍ତ୍ତମାନ ବହୁମୂଲ୍ୟ କମ୍ପ୍ୟୁଟର ଉପକରଣ ଗୁଡିକ ଖତ ଖାଉଛି। ଛାତ୍ରଛାତ୍ରୀ ମାନେ ଆଉ କମ୍ପ୍ୟୁଟର ଶିକ୍ଷା ପାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଏହି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ମାନଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ପୁନଃ ନିଯୁକ୍ତି, ସ୍ଥାୟୀ ନିଯୁକ୍ତି, କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବାଧ୍ୟତାମୂଳକ କରିବା ସହ ୫ ଗୋଟି ଦାବି ନେଇ ଏହି କମ୍ପ୍ୟୁଟର ଶିକ୍ଷକ ମାନେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ଦାବିପତ୍ର ପ୍ରଦାନ ଦେଇଥିଲେ।
ତେବେ ଏନେଇ ବିହିତ ପଦକ୍ଷେପ ନେବାକୁ ଉଚ୍ଚ ଅଧିକାରୀ ଙ୍କ ନିକଟକୁ ଏହି ଦାବିପତ୍ର ପ୍ରଦାନ ନେଇ ଜାଣଇ ଦିଆଯିବ ବୋଲି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଏହି ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି କମ୍ପ୍ୟୁଟର ଶିକ୍ଷକଙ୍କ ପକ୍ଷରୁ ଚେତାବନି ଦିଆଯାଇଛି।