ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବ୍ରାହ୍ମଣୀପାଳସ୍ଥିତ ଟାଟାଷ୍ଟିଲ ଫେରୋ ଆଲୋଏଜ୍ କାରଖାନା ଆଗ‌ରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ରାହ୍ମଣୀପାଳ ଫେରୋ ଆଲୋଏଜ୍‌ ଶ୍ରମିକ ସଂଘ ବାରମ୍ବାର ଚିଠି ମାଧ୍ୟମରେ ଶ୍ରମିକଙ୍କ ଦରମା ବୃଦ୍ଧି, ମୃତ ଶ୍ରମିକଙ୍କ ପରିବାରକୁ ଚାକିରି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଛି। କର୍ତ୍ତୃପକ୍ଷ ଏ ସମ୍ପର୍କରେ ଶ୍ରମିକ ସଂଘ ସହ ଆଲୋଚନା କରିବାକୁ ଆସୁନାହାନ୍ତି। ଏହାକୁ ନେଇ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଏ ସମ୍ପର୍କରେ ଶ୍ରମିକ ସଂଘ ପକ୍ଷରୁ ୨୦୨୨ ଜୁଲାଇ ୮ରେ କାରଖାନା କର୍ତ୍ତୃପକ୍ଷ, ସମସ୍ତ ଠିକାଦାର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୨୧ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁଣି ଗତ ଜୁନ୍‌ ୩୦ରେ ଏନେଇ ପୁଣି ଶ୍ରମିକ ସଂଘ ପକ୍ଷରୁ ଚିଠି ଲେଖାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଏହାର ପ୍ରତିବାଦରେ ଆଜି ବହୁ ସଂଖ୍ୟାରେ ଶ୍ରମିକ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ସଂଘ ସମ୍ପାଦକ ଦୈତାରି ମହାନ୍ତ ଓ ଯୁଗ୍ମ ସମ୍ପାଦକ କାଠିଆ ଜେନା ପ୍ରକାଶ କରିଛନ୍ତି।