ବଲାଙ୍ଗୀର: ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ବଲାଙ୍ଗୀର ଜିଲ୍ଲା ଲୋକ ଉନ୍ନତି ସଂଗଠନ ଶୁକ୍ରବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦେଇଥିଲେ। ପୁରୁଣା ବସ୍ଷ୍ଟାଣ୍ଡରୁ ରାଲି ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲା।
ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୨ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ଉପରେ ଜଣାଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ସମସ୍ତ ପରିବାରକୁ ପାନୀୟ ଜଳ ବ୍ୟବସ୍ଥା, ଯୋଗ୍ୟ ପରିବାରଙ୍କୁ ଆବାସ ଘର, ବାଦ୍ ପଡ଼ିଥିବା ପରିବାରକୁ ବିଦ୍ୟୁତ୍ ସଂଯୋଗ, ଆଦିବାସୀ ପରିବାରକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଚାଷୀମାନଙ୍କୁ ଚାଷ ସମୟରେ ବିହନ ବଣ୍ଟନ ଏପରି ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ବିକ୍ଷୋଭ ସମୟରେ ଲୋକ ଉନ୍ନତି ସଂଗଠନ ସଭାପତି ଶାନ୍ତି ଭୋଇ, ସଂପାଦକ ଶରତା ଭୋଇ, ମିଥୁନ ସୁନା, ଡୁଲେଶ୍ବର ପଟେଲ, ଅଞ୍ଜୁ ସାହୁ, ପ୍ରବୀଣ ବେହେରାଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତଥିଲେ।