କ୍ଷେତରେ ଆଳୁ ଖୋଳି ଉତ୍ପାଦନର ମାନ ପରଖିଲେ କୃଷିମନ୍ତ୍ରୀ

ଧଉଳି : ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ବର ବ୍ଲକ ଇଟିପୁର ପଞ୍ଚାୟତ ଜୟପୁରପାଟଣା ମୌଜା ଅଞ୍ଚଳକୁ ରାଜ୍ୟ କୃଷି ବିଭାଗ ମନ୍ତ୍ରୀ ଅରୁଣ ସାହୁ କ୍ଷେତ୍ର ପରିଦର୍ଶନରେ ଆସି ଆଳୁଚାଷ ଉତ୍ପାଦନର ମାନ ପରଖିଛନ୍ତି । ତାଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ , କାରିଗରୀ , ପ୍ରଯୁକ୍ତି ତଥା ସାମାଜିକ ସୁରକ୍ଷା  ମନ୍ତୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ  ଆସିଥିଲେ ।

ଏହି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ ଉକ୍ତ ମୌଜା ଅଞ୍ଚଳରେ ପହଞ୍ଚି ଚାଷୀମାନଙ୍କ ସହ ଆଳୁଚାଷ ଚକକୁ ଯାଇଥିଲେ ।  ସେଠାରେ ନିଜେ ହାତରେ କୋଦାଳ ଧରି ଦୁଇଜଣ ଆଳୁ ଚାଷୀ ବୃନ୍ଦାବନ ରାଉ ଓ ଲଳିତ କୁମାର ସାହୁ ବିଲରେ ଦୁଇଟି ଲେଖାଏଁ  ସିଆର ଆଳୁ ଖୋଳି ଉତ୍ପାଦନର ମାନ ପରଖିଥିଲେ । ଏବର୍ଷ ଆଳୁର ଉତ୍ପାଦନ ଭଲ ହୋଇଥିବା କହି ଖୁସି ହୋଇଥିଲେ । ଆଗାମୀ ବର୍ଷମାନଙ୍କରରେ ଆଉ ଅଧିକ ଆଳୁଚାଷ କରିବା ନେଇ ଉପସ୍ଥିତ ଚାଷୀମାନଙ୍କୁ ଆବଶ୍ୟକ ସହାୟତା‌ ଯୋଗାଇ ଦେବାକୁ ଉପସ୍ଥତି କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ନାବାର୍ଡ଼ ଓ ସିଆଇପି ( ଆନ୍ତର୍ଜାତୀୟ ପଟାଟୋ କମିସନ) ସ୍ଥାନୀୟ ଅଞ୍ଚଳରେ ୪୨୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ପଶ୍ଚିମେଶ୍ବର ଉତ୍ପାଦକ ସଂଗଠନକୁ ୨୫ ଏକର ପରିମିତ ଜମିରେ ଆଳୁଚାଷ ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହାପରେ ମହିଳା ସଂଗଠନ ପକ୍ଷରୁ ପ୍ରସ୍ତୁତ ସାମଗ୍ରୀର  ବିକ୍ରିବଟା ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଆଲୋକରଂଜନ ସାହୁ , ନାବାର୍ଡ଼ର ଏଜିଏମ , ଖୋର୍ଧା ଜିଲ୍ଲା କୃଷି ଅଧିକାରୀ , ଭୁବନେଶ୍ବର କୃଷି ଅଧିକାରୀ ଓ ନାବାର୍ଡ଼ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଉତ୍ପାଦିତ ଆଳୁ ସଂରକ୍ଷଣ ଲାଗି ଏଠାରେ ଶୀତଳଭଣ୍ଡାର ନିର୍ମାଣ ଲାଗି ଦାବି ଉପସ୍ଥାପନ କରିଥିଲେ ।

ସମ୍ବନ୍ଧିତ ଖବର