ଜୟପୁର: ୫ଟଙ୍କାରେ ସହରକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ଡାଲମା ଭାତ ଯୋଗାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଆହାର’। ଜୟପୁର ସହରରେ ଟାଉନହଲ୍ ପାର୍ଶ୍ବ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨ଟି ଆହାର କେନ୍ଦ୍ର ରହିଛି। କରୋନା ସଂକ୍ରମଣ ଭୟରେ ଗତ ମାର୍ଚ୍ଚ ମାସ ପର ଠାରୁ ଏହାକୁ ଏକ ରକମର ବନ୍ଦ କରି ଦିଆଯାଇଥିଲା। ଗତ ନଭେମ୍ବର ମାସରୁ ଏହାର ପରିଚାଳନା ଭାର ମହିଳା ସ୍ବୟଂ ସହାୟକ ଦଳକୁ ନ୍ୟାସ୍ତ କରାଯାଇଛି। ଏବେ ଧିରେ ଧିରେ ସ୍ବାଭାବିକ ହେଉଥିବା ସୂଚନା ମିଳିଛି। ଗୌଡସାହିର ହୁଣ୍ଡି ଠାକୁରାଣୀ ମହିଳା ସ୍ବୟଂ ସହାୟକ ଦଳ ଟାଉନହଲ୍ ପାର୍ଶ୍ବ ଆହାର କେନ୍ଦ୍ର ଓ ମା’ ଭବାନୀ ଗୃପ ଜିଲ୍ଲା ମୁଖ୍ୟ ମୁଖ୍ୟ ଚିକିତ୍ସାଳୟର ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ନେଇଛନ୍ତି। ଟାଉନହଲ୍ ଆହାରକେନ୍ଦ୍ରକୁ ଦିନରେ ୪୦୦ ଏବଂ ରାତିରେ ୧୦୦ଜଣଙ୍କ ପାଇଁ ଖାଦ୍ୟ ଆସୁଥିବା କହିଛନ୍ତି ସଂପାଦିକା ଏ.ରାଜେଶ୍ବରୀ।
ଜିଲ୍ଲାରେ ଆହାର ପରିଚାଳନା କରୁଥିବା ସଂସ୍ଥା ୩ଜଣଙ୍କର ପୁରା ମଜୁରୀ ଓ ଜଣଙ୍କର ଅଧା ମଜୁରୀ ଦେଉଥିବା କହିଛନ୍ତି ସଂପାଦିକା । ୮ଜଣ ସଭ୍ୟ ୨ଓଳି ପରିଚାଳନା କରିବା ସହ ମିଳୁଥିବା ମଜୁରୀକୁ ବାଣ୍ଟି ନେଉଛନ୍ତି। ଟାଉନହଲ ପାର୍ଶ୍ବ ରେ ଥିବା ତଥା ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଚାଳିଛି। ତେବେ ଏହାର ଗେଟ୍ ଗୁଡ଼ିକ ବନ୍ଦ ରହୁଛି। ଗୋଟିଏ ପଟେ ଗେଟ୍ ପଡ଼ି ରହିବା ଏବଂ ଦୀର୍ଘ ଦିନ ବନ୍ଦ ରହିଥିବାରୁ ଏବେ ଆହାର କେନ୍ଦ୍ର ଆରମ୍ଭ ହୋଇଛି କି ନାହିଁ ଲୋକେ ସ୍ପଷ୍ଟ ଭାବେ ଜାଣି ପାରୁ ନାହାନ୍ତି। ଅନ୍ୟ ପକ୍ଷରେ କିଛି ଲୋକେ କ୍ୟାରେଜ୍ ଆଣି ଖାଦ୍ୟ ନେଉଥିବା ବି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ସେଭଳି ମେଡିକାଲ ପରିସର ଆହାର କେନ୍ଦ୍ରକୁ ଦିନରେ ୨୦୦ଏବଂ ରାତିରେ ୧୦୦ଜଣଙ୍କ ପାଇଁ ଖାଦ୍ୟ ଆସୁଛି। ତେବେ ରାତିରେ ରୋଗୀ ସଂଖ୍ୟା କମ ରହିଲେ କେହି ଖାଉନଥିବା କହିଛନ୍ତି ମା ଭବାନୀ ମହିଳା ସ୍ବୟଂ ସହାୟିକା ଦଳର ସଂପାଦିକା ମୀନା କୁମାରୀ ପାଣିଗ୍ରାହୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/jpr-ahar-1.jpg)