ଏଡ୍‌ସ ସଚେତନତା ଶିବିର

ଖୋର୍ଦ୍ଧା: ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ଏଡ୍‌ସ ଓ ଏଚ୍ଆଇଭି ସମ୍ପର୍କିତ ଏକ ସଚେତନତା ଓ ନାକୋ ସହାୟତା ନିଃଶୁଳ୍କ ନମ୍ବରର ସଂପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ ବିଜୟ ଲକ୍ଷ୍ମୀ ଦାସ ଅଧ୍ୟକ୍ଷତା କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପକ ବିଭୂତି ଭୂଷଣ ଦାଶ ସଂଯୋଜନା କରିଥିଲେ । ଏଡ୍‌ସ  ନିୟନ୍ତ୍ରଣ କକ୍ଷ (ଡିଏପିସିୟୁ)ର ପ୍ରକଳ୍ପ ଅଧିକାରୀ ବିଧାନ ଚନ୍ଦ୍ର ନାୟକ, ଆଇସିଟିସି ନିରୀକ୍ଷକ କିଶୋର କୁମାର କାନୁନ୍ଗୋ ଏଡ୍ସ, ଏଚ୍ଆଇଭି ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା, ଏହାର ନିରାକରଣ, ରୋଗୀଙ୍କୁ ସାମାଜିକ ଓ ମାନସିକ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ଏଡ୍ସ ନେଇ ସୂଚନା ଓ ରୋଗୀଙ୍କ ସହାୟତା ପାଇଁ ନିଃଶୁଳ୍କ ନମ୍ବର ୧୦୯୭ର ସଂପ୍ରସାରଣ ଓ ଅଧିକ ପ୍ରଚାର ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହାୟତା ଲୋଡ଼ିଥିଲେ । କେତେକ ଛାତ୍ରୀ ୧୦୯୭କୁ ପରୀକ୍ଷାମୂଳକ ଭାବେ ଡାଏଲ୍ କରି ସେଠାରୁ ମିଳିଥିବା ସୂଚନାକୁ ଅନ୍ୟ ଛାତ୍ରୀଙ୍କୁ ବର୍ଣ୍ଣନା କରିଥିଲେ ।

ସମ୍ବନ୍ଧିତ ଖବର