ମାଦକ ଦ୍ରବ୍ୟ ଏବଂ ଅଶ୍ଳୀଳତା ବିରୁଦ୍ଧରେ ଏଆଇଏମଏସଏସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବୈପାରିଗୁଡା:  ମଦ ତଥା ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଏବଂ ଅଶ୍ଳିଳତା ବିରୁଦ୍ଧରେ ଆଜି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର କୋରାପୁଟ ଜିଲ୍ଲା କମିଟି ପକ୍ଷରୁ ବୈପାରିଗୁଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିସହ ମମିତା ମେହେରଙ୍କ ହତ୍ୟାକାରୀକୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ନିମନ୍ତେ ଦାବି କରାଯାଇଥିଲା। ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନର ସଂପାଦିକା ଲକ୍ଷ୍ମୀ ବାରିକଙ୍କ ନେତୃତ୍ୱରେ ଶତାଧିକ ମହିଳା ସ୍ଥାନୀୟ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ବୈପାରିଗୁଡା ବିଡ଼ିଓଙ୍କ ଜରିଆରେ କୋରାପୁଟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ସହିଦ ଲକ୍ଷ୍ମଣ ନାୟକ ଛକ ଠାରେ ଆୟୋଜିତ ପ୍ରତିବାଦ ସଭାରେ ଲକ୍ଷ୍ମୀ ବାରିକ ଅଧ୍ୟକ୍ଷତା କରି ବୈପାରିଗୁଡା ବ୍ଲକରେ ଚାଲିଥିବା ବ୍ୟାପକ ମଦ କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ସହ ପତ୍ର ପତ୍ରିକାରେ ପ୍ରକାଶ ପାଉଥିବା ଅଶ୍ଳିଳ ଏବଂ ନଗ୍ନ ଛବି ସବୁକୁ ରଦ୍ଦ କରିବା ପାଇଁ ଦାବି କରିଥିଲେ। ଏଥିସହ ଟିଭି ଏବଂ ଇଣ୍ଟରନେଟରେ ଚାଲିଥିବା ଅଶ୍ଳିଳତାକୁ ବନ୍ଦ କରିବା ପାଇଁ ମଧ୍ୟ ଦାବି କରିଥିଲେ। ମମିତା ମେହେରଙ୍କ ହତ୍ୟାକାରୀକୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ଉଚିତ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ବିକ୍ଷୋଭକୁ ଲଳିତା ଖିଲ, ଶୁକ୍ରୀ ପୂଜାରୀ, ସୁବର୍ଣ୍ଣ ଦଳେଇ, ବାସନ୍ତୀ ଖରା, ନବୀନା ବାରିକ, ପ୍ରମିଳା ପୂଜାରୀ, ଋୁକ୍ମିଣୀ ବାରିକ, ସମଲା ଖରା, ଶାନ୍ତି ଦଳେଇ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର