ଭଞ୍ଜନଗର: ଭାରତୀୟ ବାୟୁସେନା ବିମାନ ଏଏନ-୩୨ ନିଖୋଜ ଥିବା ବେଳେ ପତ୍ତା ସେଥିରେ ଥିବା ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ପରିବାର ଦିଲ୍ଲୀର ବସବାସ କରୁଛନ୍ତି। ମଝିରେ ମଝିରେ ଗଂଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଂଚଳରେ ଥିବା ପୈତୃକ ଗାଁକୁ ଆସିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁନିତ ମହାନ୍ତିଙ୍କ ଘର ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲି ଗ୍ରାମ। ଗାଁରେ ରହୁଥିବା ସୁନିତଙ୍କ ସମ୍ପର୍କୀୟ ବଡବାପା ପଣ୍ଡିତ ବଲ୍ଲଭ ମହାନ୍ତିଙ୍କ କହିବାନୁଯାୟୀ, ସୁନିତଙ୍କ ପିତା ସୁରେନ୍ଦ୍ର ନାଥ ମହାନ୍ତି ମଧ୍ୟ ବାୟୁ ସେନାରେ ଚାକିରି କରୁଥିଲେ। ଏହାପରେ ସେଠାରୁ ଭଲ୍ୟୁଣ୍ଟାରି ଅବସର ନେବା ପରେ ସେ କେଣସି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀରେ ସୁନିତଙ୍କ ବାପା, ମା ଓ ଭଉଣୀ ରହୁଥିଲେ। ସୁନିତ ଏୟାର ଫୋର୍ସରେ ନିଯୁକ୍ତି ପାଇବା ପରେ ଆସାମ ଚାଲିଯାଇଥିଲେ। ଏଥିସହ ସୁନିତଙ୍କ କେତେକ ସମ୍ପର୍କୀୟମାନେ ମଧ୍ୟ ଗାଁରେ ରହୁଛନ୍ତି।
ବିମାନରେ ୧୩ ଜଣ ପାଇଲଟ ଏବଂ ଯାତ୍ରୀ ଥିବା ବେଳେ ସେଥି ମଧ୍ୟରୁ ଓଡ଼ିଆ ପାଇଲଟ ଫ୍ଲାଇଟ ଲେପ୍ଟଟାଣ୍ଟ ସୁନିତ ମହାନ୍ତି ରହିଥିବା ଜଣାପଡିଛି। ନିଖୋଜ ବିମାନର ତଲାସି ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଉଛି ଓ ବିମାନରେ ଥିବା ଏୟାରଫୋର୍ସ କର୍ମଚାରୀମାନଙ୍କ ପରିବାରଲୋକଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରହିଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ବିମାନ ବିଷୟରେ କିମ୍ବା ସେଥିବରେ ୧୩ ଜଣଙ୍କ ବିଷୟରେ କେଣସି ସୂଚନା ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖରେ ୧୩ ଜଣଙ୍କୁ ନେଇ ଏନ-୩୨ ବିମାନ ଆସାମ ଜୋରହାଟରୁ ଉଡାନ କରିଥିଲା। ଏଥିସହ ଅରୁଣାଞ୍ଚଳ ପ୍ରଦେଶର ମେନଚୁକା ଏୟାର ଫିଲ୍ଡରେ ଅବତରର ପୂର୍ବରୁ ବିମାନଟି ନିଖୋଜ ହୋଇଯାଇଥିଲା। ସେହି ଦିନ ଠାରୁ ନିଖୋଜ ବିମାନ ଖୋଜିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିବା ବେଳେ କେଣସି ସୂଚନା ମିଳିପାରି ନାହିଁ।