ସୁରକ୍ଷା ଲୋଡିଲେ ବାୟୁସେନା ଯବାନଙ୍କ ପରିବାର

ଜୟପୁର: ଦେଶରେ ଶତ୍ରୁ କମ୍‌। କିନ୍ତୁ ଦେଶ ଭିତରେ ଶତ୍ରୁ ଅଧିକ। କାମ ଛାଡ଼ି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟରେ ପହଞ୍ଚିଛନ୍ତି ବାୟୁସେନାର କାର୍ଯ୍ୟରତ ଜଣେ ଯବାନ ଓ ତାଙ୍କ ବାପା। ଗତ କିଛି ଦିନ ହେବ କିଛି ଲୋକ ତାଙ୍କ ପରିବାରବର୍ଗକୁ ଧମକଚମକ ଦେଉଥିବା ବେଳେ ଜମି ନେଇଯିବାକୁ ରାଜନୈତିକ ଚାପ ପକାଇଛନ୍ତି। ଏହା ସହ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକଙ୍କ କର୍ମକର୍ତ୍ତା ଓ କୋରାପୁଟ ଜିଲ୍ଲାର ଜଣେ ବାହୁବଳି ବିଧାୟକଙ୍କ ଭାଇ ଏପରି କରୁଥିବା ସେ ଜିଲ୍ଲାପାଳ, ଏସପି ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବାୟୁସେନାର ବେଙ୍ଗାଲୁରୁସ୍ଥିତ ୨୬ ଇକ୍ୟୁପମେଣ୍ଟ ଡିପୋରେ କାର୍ଯ୍ୟରତ ଯବାନ ଏସ.ଜେ ବିନୟ ଆଚାରୀ ଓ ତାଙ୍କ ବାପା ସୁରକ୍ଷା ଲୋଡ଼ିଛନ୍ତି।

ମିଳିଥିବା ସୂଚନା ମୁତାବକ ୧୮ବର୍ଷ ତଳେ ଆଚାରୀ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ହେବାରୁ ଆଇନ ଅନୁସାରେ ସମାଧାନ ହୋଇଥିଲା। ଏବେ ଜେ.ତାରକେଶ୍ୱର ଆଚାରୀ ଓ ଭୀମାରାଜୁ ଆଚାରୀ ରାଜନୈତିକ ଲୋକଙ୍କୁ ପଠାଇ ବୋରିଗୁମ୍ମାରେ ରହୁଥିବା ତାଙ୍କ ବାପା ଓ ମା’କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଗତକାଲି ଜିଲ୍ଲାପାଳଙ୍କୁ ଚିଠି କରିବା ସହ ଆଜି ଉପଜିଲ୍ଲାପାଳ ଭେଟିଛନ୍ତି। ଏହାସହ ବାୟୁସେନାର କମାଣ୍ଡାଣ୍ଟଙ୍କଠାରୁ ଏକ ଚିଠି ଜିଲ୍ଲାପାଳ, ସ୍ଥାନୀୟ ପୁଲିସ, ତହସିଲଦାରଙ୍କୁ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର