ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର: ଏସବୁ ରିଚାର୍ଜରେ ମିଳିବ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନି ଏୟାରଟେଲ ଗ୍ରାହକଙ୍କୁ ୫୦ ପ୍ରତିଶତର କ୍ୟାସବ୍ୟାକ୍‌ ସୁବିଧା ପ୍ରଦାନ କରୁଛି। ଏହି କ୍ୟାସବ୍ୟାକ୍‌ ଆପଣଙ୍କୁ ଏୟାରଟେଲ ମନି ଓ୍ଵାଲେଟରେ ପ୍ରଥମ ରିଚାର୍ଜ (ପ୍ରିପେଡ, ପୋଷ୍ଟପେଡ୍‌, ଡିଟିଏଚ)ରେ ମିଳିବ। ଏହା ବ୍ୟତୀତ କମ୍ପାନି ତିନିଟି ପ୍ରିପେଡ ପ୍ଲାନ୍ସରେ ୪୦ଟଙ୍କା ଓ କିଛି ପ୍ରିପେଡ ପ୍ଲାନ୍‌ରେ ୨୦ଟଙ୍କା ଓ ଅନ୍ୟ ପ୍ଲାନ୍‌ରେ ୧୦ ପ୍ରତିଶତର କ୍ୟାସବ୍ୟାକ୍‌ର ସୁବିଧା ପ୍ରଦାନ କରୁଛି। ସେହିପରି ଯଦି ଆପଣ ରିଚାର୍ଜରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ଚାହୁଁଛନ୍ତି ତେବେ ବ୍ୟବହାରକାରୀଙ୍କୁ ଏୟାରଟେଲ ମନି ଓ୍ଵାଲେଟରେ ପଞ୍ଜିକରଣ କରି ରିଚାର୍ଜ କରିବାକୁ ପଡ଼ିବ।

କ୍ୟାସବ୍ୟାକ୍‌ ମିଳୁଥିବା ପ୍ରିପେଡ ପ୍ଲାନ୍‌ଗୁଡ଼ିକ ମଧ୍ୟରେ ଏୟାରଟେଲର ପ୍ଲାନ୍‌ ୨୪୯ଟଙ୍କା, ୫୯୮ଟଙ୍କା, ୬୯୮ଟଙ୍କା ଥିବା ରହିଛି। ଏହି ପ୍ରିପେଡ ପ୍ଲାନ୍‌ରେ ଗ୍ରାହକ ରିଚାର୍ଜ କଲେ ସେମାନଙ୍କୁ ୪୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ସେହିପରି ଯଦି ଆପଣ ୧୪୯ଟଙ୍କା, ୧୯୯ଟଙ୍କା ଓ ୨୧୯ଟଙ୍କାର ରିଚାର୍ଜ କରୁଛନ୍ତି ତେବେ ଆପଣଙ୍କୁ ୨୦ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ଏହାର ବ୍ୟତୀତ ୪୫ଟଙ୍କାରୁ ୧୪୮ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କଲେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ କ୍ୟାସବ୍ୟାକ୍‌ ଦେଉଛି କମ୍ପାନି।

NBT
/navbharattimes.indiatimes.com/

ଏମିତି ମିଳିବ କ୍ୟାସବ୍ୟାକ୍‌
ଉପରୋକ୍ତ ପ୍ରିପେଡ ପ୍ଲାନ୍‌ରେ କ୍ୟାସବ୍ୟାକ୍‌ ପାଇବା ପାଇଁ ଏୟାଟେଲ ପେମେଣ୍ଟ ବ୍ୟାଙ୍କ/ ଏୟାରଟେଲ ମନି ଓ୍ଵାଲେଟରୁ ପେମେଣ୍ଟ କରିବାକୁ ପଡ଼ିବ। ଯଦି ଫୋନ୍‌ରେ ଏହି ଆପ୍‌ ନାହିଁ ତେବେ ପ୍ଲେ ଷ୍ଟୋରରୁ ଏୟାରଟେଲ ଟ୍ୟାକ୍ସ ଆପ୍‌ କିମ୍ବା ମାଇ ଏୟାରଟେଲ ଆପ୍‌କୁ ଡାଉନ୍‌ଲୋଡ କରନ୍ତୁ। ଆପ୍‌କୁ ଲଗ୍‌ଇନ୍‌ କରିବା ପରେ ରିଚାର୍ଜ କରନ୍ତୁ।

ଏଠାରେ ଆପଣ ଯେଉଁ ନମ୍ବରରେ ରିଚାର୍ଜ କରିବାକୁ ଚାହୁଁଛନ୍ତି, ସେହି ନମ୍ବର ଦେଇ ରିଚାର୍ଜ ମୂଲ୍ୟ ଦିଅନ୍ତୁ। ଆପଣ ନୂଆ ବ୍ୟବହାରକାରୀ ହୋଇଥିଲେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ୍‌ ଓ ମନି ଓ୍ଵାଲେଟରେ ଯାଇ ପଞ୍ଜିକରଣ କରନ୍ତୁ। ଏହାପରେ ପେମେଣ୍ଟ କରି ଦିଅନ୍ତୁ।

ସମ୍ବନ୍ଧିତ ଖବର