ଝାରସୁଗୁଡ଼ା ମୁକ୍ତ ଆଶ୍ରୟସ୍ଥଳୀର ଏକ ସଫଳ କାହାଣୀ; ସ୍ମୃତି ଶକ୍ତି ଫେରି ପାଇଲା ମଧ୍ୟପ୍ରଦେଶର ୧୫ ବର୍ଷୀୟ ବାଳକ

ବ୍ରଜରାଜନଗର: ତନ୍ତ୍ରମନ୍ତ୍ରର ପ୍ରଭାବ ଅତ୍ୟାଧୁନିକ ଯୁଗରେରେ ଏବେବି ରହିଛି, ଏକଥା ବିଶ୍ୱାସ ନହେଲେବି ସତ୍ୟ। କିନ୍ତୁ ସ୍ନେହ ଶ୍ରଦ୍ଧା ଓ ପରିବେଶ ନିକଟରେ ତନ୍ତ୍ରମନ୍ତ୍ର କିଭଳି ହାର ମାନିବାକୁ ବାଧ୍ୟ ହୋଇଛି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରେଦେଶରୁ ଆସିଥିବା ନାବାଳକ ଅଜୟ ଆଦିୱାସୀ କ୍ଷେତ୍ରରେ।

ଗତ ଜୁନ ମାସ ୧୬ ତାରିଖରେ ଝାରସୁଗୁଡ଼ା ରେଳଷ୍ଟେସନ୍‌ରେ ବୁଲୁଥିବା ଅବସ୍ଥାରେ ଆରପିଏଫ ହାତରେ ଧରପଡିଥିଲା ୧୫ ବର୍ଷର ବାଳକ ଅଜୟ ଆଦିୱାସୀ। ଅଜୟ ନିଜ ନାମ ବ୍ୟତୀତ ଅନ୍ୟ କିଛି କହି ପାରିନଥିଲା, ଯାହାକି ଆରପିଏଫ ପାଇଁ ଚିନ୍ତାର କାରଣ ଥିଲା। ଶେଷରେ ସେମାନେ ଚାଇଲ୍‌ଡ଼ ଲାଇନକୁ ହସ୍ତାନ୍ତର କରିବା ପରେ ସିଡବ୍ଲୁସି ଶେଷରେ ତାକୁ ଝାରସୁଗୁଡା ମୁକ୍ତ ଆଶ୍ରୟସ୍ଥଳୀରେ ଛାଡିଥିଲେ।

ଅଜୟ ଆଦିୱାସୀଙ୍କୁ ଦେଖିଲେ ଯେ କେହି ଭାବିବ ନିଶ୍ଚୟ ଭଲ ଘରର ପିଲା ହୋଇଥିବ। କିନ୍ତୁ ସେ ନିଜ ନାମ ବ୍ୟତୀତ ଅନ୍ୟ କିଛି କହି ପରିନଥିଲା। ଫଳରେ ପିଲାଟି ପାଗଳ ବୋଲି ଭାବି ନେଇଥିଲେ। କିନ୍ତୁ ଅଜୟ ଆଦିୱାସୀ ଝାରସୁଗୁଡା ମୁକ୍ତ ଆଶ୍ରୟସ୍ଥଳୀରେ ରହିବା ପରେ ଏଠାରେ ଥିବା ସଂଯୋଜିକା ଏକ୍ତା ଏ. ମିନା ପଟ୍ଟନାୟକ ଓ ସାମାଜିକ କର୍ମୀ ଯୁଗଳ ଡିଗଲ ବିଭିନ୍ନ ସମୟରେ ତାର ସମ୍ପର୍କ, ନିଜ ଗାଁ, ନିଜର ଖାଇବାର ଇଛା, ନିଜ ଅଞ୍ଚଳର ସଂସ୍କୃତି ଉପରେ ପଚାରିବା ସହିତ ତାର ମାନସିକ ସ୍ଥିତି ପରିବର୍ତନ କରିବାକୁ ଚେଷ୍ଟା କରିଥିଲେ। ସେ ଯେତେବେଳେ ଯେଉଁ ତଥ୍ୟ ଦିଏ ତାକୁ ଗୁଗଲ୍‌ରେ ଚେକ କରିଥାନ୍ତି। ଶେଷରେ ୫ଦିନ ତଳେ ତାଙ୍କ ସରପଞ୍ଚଙ୍କ ନାମ ଓ ଜିଲ୍ଲାନାମ କହିବା ପରେ ଏ ମାନେ ତାର ପ୍ରକୃତ ଠିକଣା ପାଇଥିଲେ।

ଏ ସମ୍ପର୍କରେ ଯୋଗାଯୋଗ କରିବା ପରେ ତା’ର ଘର ମଧ୍ୟ ପ୍ରଦେଶ ରାଜ୍ୟର ଅଶୋକ ନଗର ଜିଲ୍ଲା ମୋଉଗୁଲି ଗ୍ରାମରେ ବୋଲି ଜଣାପଡ଼ିଥିଲା। ଗତକାଲି ଅଜୟକୁ ନେବାକୁ ମୋଉଗୁଲି ଥାନାର ଏସଆଇ ସତୀଶ କୁମାର ତା’ର ପରିବାର ଲୋକଙ୍କୁ ଧରି ଝାରସୁଗୁଡାରେ ପହଞ୍ଚିଥିଲେ।

ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ସିଡବ୍ଲୁସିର ମମତା ତ୍ରିପାଠୀ ଝାରସୁଗୁଡା ମୁକ୍ତ ଆଶ୍ରୟସ୍ଥଳୀର ନିର୍ଦେଶକ ଡ଼ଃ ବିଜୟ ପଟ୍ଟନାୟକ ତଥା ମଧ୍ୟପ୍ରେଦେଶ ପୁଲିସ ଝାରସୁଗୁଡା ମୁକ୍ତ ଆଶ୍ରୟସ୍ଥଳୀରେ ପହଞ୍ଚି ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ କରି ଅଜୟକୁ ଜିମା ଦେଇଥିଲେ। ଏସମ୍ପର୍କରେ ଅଜୟ ଆଦିୱାସୀକୁ ପଚାରିବାରୁ ଗତ ଜୁନ ମାସ ୧୪ତାରିଖ ରାତି ୮ଟାରେ ତାର ସାଙ୍ଗ ଧର୍ମେନ୍ଦ୍ରକୁ ଏକ ପୁରୁଣା ମୋବାଇଲ ବିକ୍ରି କରି ୧୫ଶହ ଟଙ୍କା ଧରି ଘରକୁ ଫେରୁଥିଲା। ଏହି ସମୟରେ ଜଣେ ଦାଢ଼ି ରଖିଥିବା ବାବା ତାକୁ ଡାକିଥିଲେ। ସେ ଛିଡା ହେବା ପରେ ବାବା ତା’ ମୁଣ୍ଡରେ ହାତ ରଖିବାରୁ ତାକୁ ତା’ର ଚାଚା ଭଳି ଲାଗିଲା। ସେ ତାର ପଛେପଛେ ଯିବାପରେ ତାକୁ ଏକ ଲେମ୍ବୁ ଦେଇଥିଲା। ତା’ପରେ ତାକୁ କିଛି ଜଣା ନଥିଲା। ଟ୍ରେନରେ ବସିଥିବା ସମୟରେ ସେହି ସାଧୁ ଜଣଙ୍କୁ ଫୋନରେ “ପୂଜାର ବ୍ୟବସ୍ଥା ହୋଇଗଲା” ବୋଲି କହିବା ପରେ ସେ ବିସ୍କୁଟ ଓ ପାଣି ପାଇଁ ଓହଲ୍ଲାଇ ଯାଇଥିଲା। କିନ୍ତୁ ସେ ଯେତେ ଡାକିଲା ସେ ଗାଡ଼ିରେ ଚଢ଼ିନଥିଲା। ଶେଷରେ ସେ ଅନ୍ୟ ଏକ ଟ୍ରେନରେ ଚଢି ଝାରସୁଗୁଡାରେ ୧୫ ତାରିଖରେ ପହଞ୍ଚିଥିଲା। ଏହାପରେ ତା’ର କିଛି ମାନେ ନଥିବା କହିଛି।

ଆଜି ସେ ଯିବା ସମୟରେ ବାବା ଦେଇଥିବା ରକ୍ତ ଲଗା ଲେମ୍ବୁ ଦେଖାଇଥିଲା। ସେ ଏବେ ନିଜ ପରିବାର ଲୋକଙ୍କୁ ଚିହ୍ନି ପାରୁଛି। ଏସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣାକୁ ପଚରିବାରୁ ପିଲାଟି ପ୍ରଥମେ କିଛି କହିପାରି ନଥିଲା। ତାକୁ କୌଣସି ଜଣେ ତାନ୍ତ୍ରିକ ଟ୍ରେନରେ ନେଇ ଯାଉଥିବା ଘଟଣା ଏବେ ଜଣା ପଡ଼ିଛି। ଯାହା ହେଉ ପିଲାଟିର ସମସ୍ତ ସ୍ମରଣ ଶକ୍ତି ଫେରିଆସିଛି ଏଥିପାଇଁ ସେ ମୁକ୍ତ ଆଶ୍ରୟସ୍ଥଳୀର ସଂଯୋଜିକା ଏକ୍ତା ପଟ୍ଟନାୟକ ଓ ସମାଜ ସେବୀ କିଶୋର ଡିଗଲଙ୍କର ପ୍ରୟାସ ଓ ଆଶ୍ରୟସ୍ଥଳୀର ପରିବେଶ ଯୋଗୁ ସମ୍ଭବ ହୋଇଛି ବୋଲି କହିଥିଲେ। ମଧ୍ୟପ୍ରଦେଶ ସେହି ଅଞ୍ଚଳରେ ଏଭଳି କାର୍ଯ୍ୟ ଉପରେ ପୁଲିସ ଗୁରୁତ୍ୱ ଦେବାକୁ ଏନେଇ ତାଙ୍କ ସହିତ କଥାବାର୍ତ୍ତା କିରିବେ ବୋଲି କହିଥିଲେ। ତନ୍ତ୍ରମନ୍ତ୍ରର ପ୍ରଭାବ ଅତ୍ୟାଧୁନିକ ଯୁଗରେରେ ଏବେବି ରହିଛି ଏକଥା ବିଶ୍ୱାସ ନହେଲେବି ସତ୍ୟ।

କିନ୍ତୁ ସ୍ନେହ ଶ୍ରଦ୍ଧା ଓ ପରିବେଶ ନିକଟରେ ତନ୍ତ୍ରମନ୍ତ୍ର କିଭଳି ହାର ମାନିବାକୁ ବାଧ୍ୟ ହୋଇଛି ଏହାର ଦେଖିବାକୁ ମିଳିଛି ନାବାଳକ ଅଜୟ ଆଦିୱାସୀ କ୍ଷେତ୍ରରେ ବୋଲି ପ୍ରକାଶ କରିଛନ୍ତି ମୁକ୍ତ ଆଶ୍ରୟସ୍ଥଳୀର ନିର୍ଦେଶକ ଡ଼ଃ. ବିଜୟ ପଟ୍ଟନାୟକ। ପ୍ରଥମେ ସେ ପାଗଳ ବୋଲିଭାବି ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଧୀରେ ଧୀରେ ଏଠାରେ ଏକକ୍ତା ଓ କିଶୋର ବାବୁ ତାର ହୃଦୟ କି ଜୟ କରି ଭିତରେ ଥିବା ଭୟକୁ ହଟାଇବା ପରେ ସେ ତନ୍ତ୍ର ପ୍ରଭାବରୁ ବାହାରି ଆସିଥିବା କହିଥିଲେ। ଏହା ଆମ ପାଇଁ ଖୁସିର ଖବର।

ସମ୍ବନ୍ଧିତ ଖବର