୭୨ ଘଣ୍ଟା ବନ୍ଦ ରହିବା ପରେ ଶ୍ରଦ୍ଧାଳୁଙ୍କ ଲାଗି ଖୋଲିଲା ଆଖଣ୍ଡଳମଣି ମନ୍ଦିର

ଆରଡ଼ି: ଦୀର୍ଘ ୭୨ ଘଣ୍ଟା ବନ୍ଦ ରହିବା ପରେ ଆଜି ସନ୍ଧ୍ୟାରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣି ମନ୍ଦିର ଭକ୍ତଙ୍କ ଲାଗି ଖୋଲିଛି । ସୂଚନାଯୋଗ୍ୟ ଗତ ୧୪ ତାରିଖରେ ଆରଡି ମନ୍ଦିରର ଜଣେ ସେବାୟତ କରନା ପଜିଟିଭି ଚିହ୍ନଟ ହେବା ପରେ ଜିଲା ପ୍ରସାଶନ ପକ୍ଷରୁ ଆଖଣ୍ଡଳମଣି ମନ୍ଦିର ୭୨ଘଣ୍ଟା ପାଇଁ ଭକ୍ତମାନଙ୍କ ଦର୍ଶନ ଉପରେ କଟକଣା ଲଗାଇ ଥିଲେ । ତେବେ ଏହି ସମୟ ମଧ୍ୟରେ ସେବାୟତମାନଙ୍କୁ କରୋନା ଟେଷ୍ଟ କରାଯାଇଥିଲା। ଦୁଇ ଦିନରେ ମୋଟ ୨୪୨ ଜଣ ସେବାୟତଙ୍କ କରନା ଟେଷ୍ଟ କରାଯାଇଥିବା ବେଳେ ଆଗକୁ ମଧ୍ୟ ଏହି ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆ ଯାଇଛି ।

ସମ୍ବନ୍ଧିତ ଖବର