ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବନ୍ଦୋବସ୍ତ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣୀ ସୋମବାର ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗିରଫ କିରାଣୀଙ୍କ ନାମ ଅକ୍ଷୟ କୁମାର ସାହୁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମି ପଟ୍ଟା କିସମର ନକଲ ଦେବା ଲାଗି ଭୁବନ ଅରଖପାଳ ଗ୍ରାମର ବାବୁଲି ସାହୁଙ୍କଠାରୁ ବରିଷ୍ଠ କିରାଣୀ ଅକ୍ଷୟ କୁମାର ସାହୁ ୩୨୦୦ଟଙ୍କା ନେବେ ବୋଲି ମୁଲାଇଥିଲେ। ଏସମ୍ପର୍କରେ ବାବୁଲି ଗତ ୩୦ ତାରିଖରେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ପୂର୍ବପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ଆଜି ସେଠାରେ ଉପସ୍ଥିତ ଥିଲେ। ଆଜି ବାବୁଲି ସାହୁଙ୍କଠାରୁ ୧୬ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ କିରାଣୀ ଅକ୍ଷୟ କୁମାର ସାହୁଙ୍କୁ ଭିଜିଲାନ୍‌ସ ବିଭାଗ ଡିଏସ୍‌ପି ବେଣୁଧର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର