ବିଧାୟିକା ଅଳକାଙ୍କୁ ସୁରକ୍ଷିତ ଭାବେ ଛାଡ଼ିଲା ପୁଲିସ

ବିଧାୟିକା ଅଳକା ମହାନ୍ତି ଅସୁସ୍ଥ

ଝାରସୁଗୁଡା: ଅଧ କିମି ଭିତରେ ୨ଟି ସଭା ପାଖାପାଖି ସମାନ ସମୟରେ ଥିଲା। ଗୋଟିଏ ସଭା ନଗରପାଳ ଓ ଉପନଗରପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଉଦ୍‌ଘାଟନ କାର୍ଯ୍ୟକ୍ରମ ଏବଂ ଏହା ନିକଟରେ ବ୍ରଜରାଜନଗର ସର୍କଲ ପ୍ରାଥମିକ ଶିକ୍ଷକ ସଂଘର ଅବସର ଗ୍ରହଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ସଭା। ଅଭିଯୋଗ ପ୍ରକୋଷ୍ଠ ଉଦ୍‌ଘାଟନ ସଭାରେ ମନ୍ତ୍ରୀ ନବ ଦାସ ଓ ବିଧାୟିକା ଅଳକା ମହାନ୍ତି ଉଭୟେ ଅତିଥି ଥିଲେ। ମାତ୍ର, ଶିକ୍ଷକମାନଙ୍କ ସଭାରେ କେବଳ ବିଧାୟିକା ଶ୍ରୀମତୀ ମହାନ୍ତି ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।

ଶିକ୍ଷକଙ୍କ ସଭା ଚାଲିଥିବା ବେଳେ ଗୁଳିକାଣ୍ଡ ଖବର ଆସିଥିଲା। ଫଳରେ, ବିଧାୟିକାଙ୍କୁ ପୁଲିସ ସେଠାରୁ ଅନ୍ୟ ଏକ ଗାଡ଼ିରେ ନେଇ ସୁରକ୍ଷାର ସହିତ ବରଘାଟ ନିକଟରେ ଛାଡ଼ି ଦେଇଥିଲା। ଅପରପକ୍ଷେ, ବିଧାୟିକାଙ୍କ ଗାଡ଼ି ଯେଉଁ ରାସ୍ତା ଦେଇ ଆସିଥିଲା ସେହି ରାସ୍ତାରେ ଫେରି ଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe