ଭିଜିଲାନ୍ସ ଜାଲରେ ଆଳି ଥାନା ଏଏସ୍‌ଆଇ

କେନ୍ଦ୍ରାପଡ଼ା: ମଙ୍ଗବଳାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଏଏସ୍‌ଆଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର ସାମଲଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ  । ଏକ ଗାଁ ଗଣ୍ଡଗୋଳ ଘଟଣାରେ ମାମଲା ରଫାଦଫା କରିବା ପାଇଁ ବାନମ୍ବର ଦାସ ନାମକ ବ୍ୟକ୍ତିଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ରଣେନ୍ଦ୍ର ସାମଲ କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଛନ୍ତି।

ସମ୍ବନ୍ଧିତ ଖବର