ଏ ଆଇ ଟି ୟୁ ସି କୋରାପୁଟ ଜିଲ୍ଲା କମିଟି ଆହ୍ୱାନରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ  

ଜୟପୁର: ରାଜ୍ୟ ଏ ଆଇ ଟି ୟୁ ସି ର ଆହ୍ୱାନ କ୍ରମେ ଶ୍ରମିକ କୃଷକ ଅସଙ୍ଗଠିତ ଶ୍ରମିକ ତଥା ଜନସାଧାରଣଙ୍କ ଦାବି ନେଇ ଆଜି ପୂର୍ବାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ମୁଖ୍ୟତଃ ସଂଶୋଧିତ ନୂତନ ଶ୍ରମ ଆଇନ୍ ଓ ତିନୋଟି କୃଷି ଆଇନକୁ ବାତିଲ୍ କରିବା, ରାଜ୍ୟର ସମସ୍ତ ବନ୍ଦ ପଡ଼ିରହିଥିବା କଳକାରଖାନା ତୁରନ୍ତ ଖୋଲିବାକୁ ଦାବି କରାଯାଇଥିଲା।

ଖାସ୍ କରି ଜୟପୁର ସେବା କାଗଜ କଳକୁ ପୁନଃ କାର୍ଯ୍ୟକ୍ଷମ କରି ଶ୍ରମିକମାନଙ୍କ ସମସ୍ୟା ସମାଧାନ କରିବା, କୋଡିଙ୍ଗାମାଳି ଖଣି ଶ୍ରମିକ ମାନଙ୍କୁ ଅଘୋଷିତ ଛଟେଇ ବନ୍ଦ କରି ସମସ୍ତ ଙ୍କୁ ନିଯୁକ୍ତି ଦେବା, ଖଣି ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରୀ ଓ ସୁବିଧା ପ୍ରଦାନ କରିବା , ଜିଲ୍ଲା ର ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡ଼ିକରେ ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ଜିଲ୍ଲା ର ସମସ୍ତ ଶ୍ରମ ଅଫିସରେ ଖାଲି ପଡ଼ିଥିବା ପଦବୀ ପୁରଣ କରିବା, ଅଙ୍ଗନବାଡ଼ି, ଆଶାକର୍ମୀ ଓ ପାଚିକା ସହାୟିକାଙ୍କୁ ଶ୍ରମିକ ମାନ୍ୟତା ପ୍ରଦାନ କରିବା , ସର୍ବନିମ୍ନ ମଜୁରି ମାସିକ ୨୧ହଜାର ଘୋଷଣା କରିବା , ନିର୍ମାଣ ଶ୍ରମିକ ମାନଙ୍କୁ କୋରୋନା ସହାୟତା ଯୋଗାଇ ଦେବା ଓ ନିର୍ମାଣ ଶ୍ରମିକ ପଞ୍ଜିକରଣ ପ୍ରକ୍ରିୟା ସରଳ କରି ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା , ବୀମା, ପ୍ରତିରକ୍ଷା, ବ୍ୟାଙ୍କ , ସରକାରୀ ଉଦ୍ୟୋଗ ଘରୋଇକରଣ ବନ୍ଦ କରିବା ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ଏହାସହ  ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି, ଯୁଧିଷ୍ଟିର ରାଉଳ, ରାମକୃଷ୍ଣ ଦାସ,ଦେବଧର ବାଘ୍, ଧର୍ମେନ୍ଦ୍ର ବାଘ୍, ଅନୀଲ ଗରଡା, ଶଶାଙ୍କ ମଣ୍ଡଳ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର