ଗଞ୍ଜାମ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲା ରହିଛି। ଏଯାବତ ଗଞ୍ଜାମରେ ୪,୧୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୯୧୭ଟି କରୋନା ସକ୍ରିୟ ମାମଲା ରହିଛି। କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଅନେକ କରୋନା ଯୋଦ୍ଧା ବି କରୋନାରେ ସଂକ୍ରମିତ ହେଉଥିବା ରିପୋର୍ଟ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ସୋମବାର ଏକ ଟୁଇଟ କରି ଜଣାଇଛନ୍ତି ଯେ କରୋନା ଡ୍ୟୁଟିକୁ ଯିବା ପୂର୍ବରୁ ପ୍ରତି କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ ହେବ।
All staff will be tested before giving corona duty. Concerned BDOs will coordinate accordingly.@CMO_Odisha@HFWOdisha
— Collector & District Magistrate, Ganjam (@Ganjam_Admin) July 13, 2020
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଲେଖିଛନ୍ତି, କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ସମସ୍ତ କରୋନା ଯୋଦ୍ଧାଙ୍କ କୋଭିଡ ପରୀକ୍ଷା କରାଯିବ। କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ କୋଭିଡ ପରୀକ୍ଷା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ବାଧ୍ୟତାମୂଳକ ହେବ। ଆଉ ଏହି କର୍ମଚାରୀଙ୍କ କୋଭିଡ ପରୀକ୍ଷାର ତଦାରଖ ସମ୍ପୃକ୍ତ ଅଞ୍ଚଳର ବିଡିଓ କରିବେ।