ଚିଲିକା: ଚିଲିକାରେ ପକ୍ଷୀ ଶିକାର କରି ଚାଲାଣ କରୁଥିବା ଅଭିଯୋଗରେ ଜଣେ ଗିରଫ । ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ରେଞ୍ଜର କୁହୁଡି ଗାଁ ନିକଟରୁ ଏହି ଶିକାରୀକୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ନିକଟରୁ ୪ଟି ମୃତ ବିଦେଶୀ ପକ୍ଷୀ ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ପୁରୀ ଜିଲ୍ଲା ଗଡିଶା ଗୋଦା ଥାନା ଅଡାଲ ନୂଆ ଗାଁର କବିରାଜ ରାଉତ । ତାଙ୍କ ବୟସ ୩୪ ।
ସୂଚନା ମୁତାବକ, ଏବେ ଚିଲିକାକୁ ବିଦେଶୀ ପକ୍ଷୀ ଆସୁଛନ୍ତି । ଏହି ସମୟରେ ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ବିଷ ଦେଇ ଶିକାର କରାଯାଉଥିବା ଜଣାପଡିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/t-57.jpg)