ଝାରସୁଗୁଡ଼ା: ଲକ୍ଡାଉନ୍ ଯୋଗୁଁ ୨ ମାସ ବିମାନ ସେବା ବନ୍ଦ ରହିବା ପରେ ଗତ ମଇ୨୫ରୁ ବିମାନ ସେବା ଆରମ୍ଭ ହୋଇଥିଲା। ତେବେ ଏଲାୟନ୍ସ ଏୟାର ରାୟପୁର ବିମାନ ସେବା ଆରମ୍ଭ କରିନଥିବାରୁ ଆସନ୍ତା ୨୦ ତାରିଖ ବିମାନ ରାୟପୁରକୁ ଉଡ଼ାଣ କରିବ। ଏହି ବିମାନ କଲକୋତାରୁ ସକାଳ ୬.୪୫ରେ ବାହାରି ଝାରସୁଗୁଡ଼ାରେ ୮.୫ରେ ପହଞ୍ଚିବ। ଝାରସୁଗୁଡ଼ାରୁ ୮.୩୫ରେ ବାହାରି ଭୁବନେଶ୍ବରରେ ୯.୫୦ରେ ପହଞ୍ଚିବ। ଭୁବନେଶ୍ବରରୁ ୧୦.୨୦ରେ ବାହାରି ଝାରସୁଗୁଡ଼ାରେ ୧୧.୧୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ୧୧.୩୫ରେ ବାହାରି ରାୟପୁରରେ ୧୨.୨୫ରେ ପହଞ୍ଚିବ। ରାୟପୁରରୁ ୧୨.୫୦ରେ ବାହାରି ଝାରସୁଗୁଡ଼ାରେ ଅପରାହ୍ନ ୧. ୪୫ରେ ପହଞ୍ଚିବ। ପୁଣି ଝାରସୁଗୁଡ଼ାରୁ ଅପରାହ୍ନ ୨.୧୦ରେ ବାହାରି ୩.୩୫ରେ କଲକୋତାରେ ପହଞ୍ଚିବ। ଏହି ସମୟ ସାରଣୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଏଲାୟନ୍ସ ଏୟାର ସୂତ୍ରରୁ ପ୍ରକାଶ।
୨୦ରୁ ଏଲାୟନ୍ସ ଏୟାରର ରାୟପୁର ବିମାନ ସେବା
/sambad/media/post_attachments/wp-content/uploads/2018/09/jsg2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)