ବ୍ରହ୍ମପୁର: ଯାନ୍ତ୍ରିକ ତ୍ରୁଟିର ଆଳ ଦେଖାଇ ଭତ୍ତା ଟଙ୍କା ମିଳୁନଥିବା ଅଭିଯୋଗରେ ଆଜି କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁ ପଞ୍ଚାୟତର କିଛି ହିତାଧିକାରୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଜନସେବା କେନ୍ଦ୍ର ଓ କ୍ୟୁଓସ୍କ ବ୍ୟାଙ୍କରେ ହିତାଧିକାରୀଙ୍କୁ ହଇରାଣ କରାଯାଉଥିବା ହିତାଧିକାରୀମାନେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି।

Advertisment

ହିତାଧିକାରୀଙ୍କ ଖାତାକୁ ନିୟମିତ ଅପ୍‌ଡେଟ୍‌ କରୁନଥିବା ଏବଂ ବ୍ୟାଙ୍କର ମିନି ଷ୍ଟେଟମେଣ୍ଟ ମାଗିଲେ ଅର୍ଥ ଦାବି କରୁଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ କରି ହିତାଧିକାରୀଙ୍କ ଭତ୍ତା ପ୍ରଦାନ କରାଯିବାକୁ ଦାବି କରିଛନ୍ତି। ଏଥିନେଇ ପୂର୍ବରୁ ବ୍ଲକ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସମାଧାନ ନହେବାରୁ ଆଜି ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ହିତାଧିକାରୀମାନେ କହିଛନ୍ତି।