ବାରିପଦା: ବିଭିନ୍ନ ସ୍ଥାନରୁ ଚୋରି ହୋଇ ବିକ୍ରି କରାଯାଉଥିବା ପ୍ରାୟ ୫ଲକ୍ଷ ଟଙ୍କାରୁ ଊର୍ଧ୍ଵ ବିଦ୍ୟୁତ (ଆଲୁମିନିୟମ ତାର) କେବଲ ଓ ସାମଗ୍ରୀ ଜବତ କରିଛି ବାରିପଦା ଟାଉନ୍ ଥାନା ପୁଲିସ୍। ଏହି ସମସ୍ତ ସାମଗ୍ରୀ ଲୋଡ୍ ହୋଇଥିବା ଏକ ଟ୍ରକ୍କୁ ଜବତ କରିବା ସହିତ ଡ୍ରାଇଭର୍ ଏବଂ ଏହାକୁ ବିକ୍ରି କରୁଥିବା ଜଣେ କବାଡି ବେପାରୀକୁ ଗିରଫ କରାଯାଇଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।
ବିହାର ରାଜ୍ୟ ସିଓ୍ଵାନ୍ ଜିଲ୍ଲା ବସନ୍ତପୁର ଥାନା ଅଞ୍ଚଳର ତାରକେଶ୍ୱର ରାୟ(୩୦) ଏବଂ ବାରିପଦା ପେରାଞ୍ଚଳ ୱାର୍ଡ ନଂ-୨୫, ପାଲବଣି ଅଞ୍ଚଳର ଏମ୍ଡି ସାହାଜାଦ୍(୨୬)ଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ପୁଲିସ୍ ସନ୍ଦେହ କରୁଛି। ଏହି ଚୋରି ମାଲ୍ ସମ୍ପର୍କରେ ଖବର ପାଇ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇ ରଞ୍ଜନ କୁମାର ବେହେରା, ଏସଆଇ ମାନିନୀ ପ୍ରଧାନଙ୍କ ସମେତ ପି ପି କର, ପି କେ ପାତ୍ର, ଏ କେ ଗିରି, ବିନୋଦ ସିଂହବାବୁ, ଏମଡି ନୁର ପ୍ରମୁଖ ପୁଲିସ୍ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ କରତବସା ଅଞ୍ଚଳରେ ରେଡ୍ କରି ଡବ୍ଲ୍ୟୁବି ୦୩ଠଡି-୨୧୮୦ ନମ୍ବର ବିଶିଷ୍ଟ ବିଦ୍ୟୁତ୍ ଆଲୁମିନିୟମ କେବୁଲ ଓ ବୈଦ୍ୟୁତିକ ସାମଗ୍ରୀ ଆଦି ବୋଝେଇ ହୋଇଥିବା ଟ୍ରକକୁ ଜବତ କରିଥିଲେ। ଏଥି ସହିତ ଜବତ ହୋଇଥିବା ଟ୍ରକ ଓ ସେଥିରେ ଥିବା ବିଦ୍ୟୁତ କେବୁଲ ଓ ଅନ୍ୟାନ୍ୟ ଉପକରଣଗୁଡ଼ିକର ବୈଧତା ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିବା ନିମନ୍ତେ ବିଦ୍ୟୁତ୍ ବିଭାଗର ଏସଡ଼ିଓଙ୍କୁ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପତ୍ର ଲେଖିଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/12/ଜବତ-ଟ୍ରକ-576x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ଜବତ-ବୈଦ୍ୟୁତିକ-ସାମଗ୍ରୀ.jpg)