ଆମ ଗାଁ ମହୋତ୍ସବର ଦ୍ୱିତୀୟ ସଂଧ୍ୟା

ଖୋର୍ଦ୍ଧା : ବେଗୁନିଆ ମଲ୍ଲୀପଦର ଠାରେ ଅନୁଷ୍ଠିତ ଆମ ଗାଁ ମହୋତ୍ସବର ଆଜି ଥିଲା ଦ୍ୱିତୀୟ ସଂଧ୍ୟା । ରାଜ୍ୟର ପ୍ରତ୍ୟେକ ଗ୍ରାମାଂଚଳରେ ଏଭଳି ମହୋତ୍ସବ ଆୟୋଜନ କରିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଲୋକକଳା ବଂଚିରହିବା ସହ ଅନେକ ଲୁକ୍କାୟିତ ପ୍ରତିଭା ଆଗକୁ ଆସିବାର ସୁଯୋଗ ପାଇବେ ବୋଲି ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସର ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମକୁ ଦେଖି ସେ ଆନନ୍ଦିତ । ଆଜିର ଦୁନିଆରେ ସେ କୃଷକ ହୁଅନ୍ତୁ କି ସାଧାରଣ ଲୋକ କେହି ଖୁସିରେ ନାହାନ୍ତି । ସମାଜର ପରିବର୍ତନର ଆବଶ୍ୟକତା କରୁଛି । ଏହି ପରିବର୍ତନର ମଙ୍ଗ ଆଜିର ଯୁବପିଢ଼ି ଧରିବା ଆବଶ୍ୟକତା ରହିଛି ।
ସେହିଭଳି ସମାଜସେବୀ ପ୍ରଦୀପ ସାହୁ କହିଥିଲେ ଯେ ରାଜନୀତି, ଦଳ ନୀତିରୁ ଉଦ୍ଧ୍ୱର୍ରେ ରହି । ପରସ୍ପର ଭେଦଭାବ ଭୁଲି ଏଭଳି ମହୋତ୍ସବ ଆୟୋଜନ କରିବା ଉଚିତ । ଏହାଦ୍ୱାରା ଓଡ଼ିଶାର ପାରମ୍ପରିକ କଳା, ନୃତ୍ୟ ଆଦି ବଂଚିରହିବ । କଂଗ୍ରେସ ସମୟର ପ୍ରଗତି ସମ୍ପର୍କରେ ଆଲୋଚନା କରି ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ କଂଗ୍ରେସ ସମୟରେ ବେଗୁନିଆରେ ଅନେକ ଉନ୍ନତି ହୋଇଛି । ସାରୁଅ ଶିଳ୍ପାଂଚଳ ଏହାର ଏକ ପ୍ରମୁଖ ଉଦାହରଣ ।

ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମଂଚାସୀନ ଅତିଥିଙ୍କ ମଧ୍ୟରେ ବେଗୁନିଆ ବ୍ଲକ କଂଗ୍ରେସ ସଭାପତି ହାଡ଼ିବନ୍ଧୁ ମହାପାତ୍ର, ବୋଲଗଡ଼ ମହୋତ୍ସବର ସମ୍ପାଦକ ମନୋଜ କୁମାର ପଣ୍ଡା, କଂଟାବାଡ଼ ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି, ସମାଜଦେବୀ ମହମ୍ମଦ ମଇଉଦ୍ଦିନ୍ ଅହମ୍ମଦ, ପୂର୍ବତନ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଜାନକୀ ବଲ୍ଲଭ ପଟ୍ଟନାୟକ (କନିଷ୍ଠ), ବିଜେପି ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆମଗାଁ ମହୋତ୍ସବ ସଭାପତି ବିଦ୍ୟାଧର ମହରଣା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ଶିଶିର କୁମାର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିବା ବେଳେ ଅଖିଳେଖ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଏହି ଅବସରରେ ବେଗୁନିଆ ଅଂଚଳର ସାମ୍ବାଦିକ, ଲେଖକ, କବି, କଳାକାରଙ୍କୁ ମାନପତ୍ର ଆଦି ଦେଇ ସମ୍ମାନିତ କରାଯାଇଥିଲା । ଏହାପରେ ବିଭିନ୍ନ ସଂଗଠନ ପକ୍ଷରୁ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର