ଜୟପୁର: ଜୟପୁର ବ୍ଲକ ଓ ପୌରପାଳିକା ପାଇଁ ଦୁଇଟି ପରୀକ୍ଷା କେନ୍ଦ୍ରରେ ‘ସମ୍ବାଦ’-ଆମ ଓଡ଼ିଶା ପକ୍ଷରୁ ଆଜି ସୋମବାର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ଷଷ୍ଠ ଓ ସପ୍ତମ ଶ୍ରେଣୀଙ୍କ ଛାତ୍ରଛାତ୍ରୀଙ୍କର ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା। ଅରବିନ୍ଦ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୫୭୪ଜଣ ଓ ଶାରଦାବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୩୩୩ଜଣ ଏଭଳି ୨ଟି ପରୀକ୍ଷା କେନ୍ଦ୍ରରେ ସର୍ବମୋଟ ୯୦୭ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୫୧ ଜଣ ଭାଗ ନେଇଥିଲେ। ଏଥିରେ ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ବିନାୟକ ପ୍ରସାଦ ଦାଶ ପ୍ରଥମ, ପବ୍ଲିକ ସ୍କୁଲ ଜୟପୁରର ଅତ୍ରୟୀ ଭଟ୍ଟାଚାର୍ଯ୍ୟ ଦ୍ବିତୀୟ ଓ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲର ସାନଭି ପାଣିଗ୍ରାହୀ ତୃତୀୟ ସ୍ଥାନରେ ରହିଥିଲେ। ଏଥିରେ ବିଚାରକ ଭାବେ ସୁଧାକର ପଟ୍ଟନାୟକ, ପି. ବିଶାଳ ପଟ୍ଟନାୟକ, କେଦାର ବେହେରା ଭାଗ ନେଇଥିଲେ। ସେଭଳି ହସ୍ତାକ୍ଷର ପ୍ରତିଯୋଗିତାରେ ୨୬୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲର ଝରଣା ଜାନୀ ପ୍ରଥମ, ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ପ୍ରିୟାଂଶୀ ପାଢ଼ୀ ଦ୍ବିତୀୟ ଓ ଉପରକୋଲାବ ପ୍ରକଳ୍ପ ବିଦ୍ୟାଳୟ ଇରିଗେସନ୍ କଲୋନୀର ସୁହାନି ଖରା ତୃତୀୟ ହୋଇଥିଲେ।
ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ୫୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭଶ୍ରୀ ହନ୍ତାଳ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟର ଏକମ୍ବାର ମାଲ୍ୟପ୍ରଭା ମିଶ୍ର ଦ୍ବିତୀୟ ଏବଂ ଶିବାନୀ ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ପରୀକ୍ଷକ ଓ ବିଚାରକ ଭାବେ ‘ସମ୍ବାଦ’ ସାହିତ୍ୟଘରର ସମ୍ପାଦକ ଅଶୋକ ମହାରାଣା, ସନ୍ତୋଷ ସାହୁ, କବିତା ସାହୁ, ଗୌରୀ ପଣ୍ଡା, ବୈରାଗୀ ସାହୁ, ଚନ୍ଦନବାଡ଼ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷୟତ୍ରୀ ସୁସ୍ମିତା ରଥ, ଛବିରାଣୀ ସାହୁ, କେଦାରନାଥ ସାହୁ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଭାଗବତ ଷଡଙ୍ଗୀ, ତ୍ରିପତି ସାହୁ, ଶ୍ୟାମ ପାଙ୍ଗୀ, ପି.ସୁଶିଳା, ସନ୍ତୋଷିନୀ ପାତ୍ର, ବବିତା ମହାରାଣା, ସ୍ମିତା ପଣ୍ଡା, ଶିବାନୀ ନାୟକ, ଉଷା ପଟ୍ଟନାୟକ ଭାଗ ନେଇଥିଲେ। ଅନିଳ ଟାକ୍ରୀ, ରାଜଶ୍ରୀ ଦାସ, ମୀନା ନାୟକ, ଝୁନୁ ନାୟକ, ମୋତି ମାଝୀ, ପ୍ରମୁଖ ସହଯୋଗ କରିଥିଲେ।
ପୁରସ୍କାର ବିତରଣ ଉତ୍ସବରେ ଜୟପୁର ‘ସମ୍ବାଦ’ ସଂସ୍କରଣର ବରିଷ୍ଠ ସହସଂପାଦକ ନବୀନ ସାହୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରେମାନନ୍ଦ ନାୟକ, ସମ୍ପାଦକ ସତ୍ୟବାଦି ମିଶ୍ର, କୋଷାଧ୍ୟକ୍ଷ ମିହିର କୁମାର ମିଶ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗ ଦେଇଥିଲେ। ଭାଷା ସୁରକ୍ଷା ଦିଗରେ ‘ସମ୍ବାଦ’ ଆରମ୍ଭ କରିଥିବା ଏହି ଅଭିଯାନକୁ ଅତିଥିମାନେ ସ୍ବାଗତ କରିବା ସହ ଏହା ଭାଷା ଆନ୍ଦୋଳନକୁ ଆଗେଇ ନେଇ ପାରିବ ବୋଲି କହିଥିଲେ। ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦ୍ରରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୬୯ ଜଣ ଭାଗ ନେଇଥିଲେ।
ଏଥିରେ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲର ହରେକୃଷ୍ଣ ପୁଜାରୀ ପ୍ରଥମ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଙ୍କିତ ପାଣିଗ୍ରାହୀ ଦ୍ବିତୀୟ ଓ ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ସନ୍ତୋଷ କୁମାର ପାତ୍ର ତୃତୀୟ ସ୍ଥାନରେ ରହିଥିଲେ। ଏଥିରେ ବିଚାରକ ଭାବେ ବିକ୍ରମ ଦେବ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠୀର ମଲ୍ଲୀକ, ପ୍ରଭାକର ମହାରାଣା ଓ ସୁରେଶ ନାୟକ ଭାଗ ନେଇଥିଲେ। ସେଭଳି ହସ୍ତାକ୍ଷର ପ୍ରତିଯୋଗିତାରେ ୧୧୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଆଙ୍କାକ୍ଷା ଦାଶ ପ୍ରଥମ, ବନେଶ୍ବରୀ ଗାଧବା ଦ୍ବିତୀୟ ଓ ସନ୍ତୋଷୀ ସାହୁ ତୃତୀୟ ହୋଇଥିଲେ। ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ ୫୧ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସ୍ବରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଭିନବ ପଣ୍ଡା ପ୍ରଥମ, ପ୍ରିତୀପ୍ରିୟା ପାଢ଼ୀ ଦ୍ବିତୀୟ ଏବଂ ଦିବ୍ୟାଶି ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଏଥିରେ ପରୀକ୍ଷକ ଓ ବିଚାରକ ଭାବେ ଅଧ୍ୟାପକ ସୁଧାଂଶୁ ଶେଖର ପଟ୍ଟନାୟକ, ବିଜ୍ଞାନ ଇଣ୍ଟରନ୍ୟାସନାଲ ସ୍କୁଲର ସଂଯୁକ୍ତା ରାଉତ, ଭାଗ୍ୟଲତା ପାଣିଗ୍ରାହୀ, ରୀତାଞ୍ଜଳୀ ନନ୍ଦ, ସମିତା ନାୟକ, ଅଙ୍କିତା ଗାହାଣ, ଗୋପାଳ ମହାରାଣା, ସେଣ୍ଟଜାଭିୟର୍ସ ଉଚ୍ଚବିଦ୍ୟାଳୟର ଅନିତା ମିଶ୍ର, ବିଦ୍ୟାମନ୍ଦିରର ମନୋରଞ୍ଜନ ଦାଶ, ସଂଗୀତା ମହାପାତ୍ର, ସରୋଜିନୀ ପାଣିଗ୍ରାହୀ, ସୁପ୍ରଭା ପଣ୍ଡା, ସନ୍ତୋଷ ବ୍ରହ୍ମା, କୌଳାଶ ଚନ୍ଦ୍ର ପଣ୍ଡା, ଦିଲ୍ଲୀପ କୁମାର ଶତପଥୀ, ରମେଶ ଚନ୍ଦ୍ର ବେହେରା, ଲମ୍ବୋଧର ମହାରାଣା, ଅନନ୍ୟା ମହାପାତ୍ର, ସୁଭ୍ରାଂଶୁ ମାଣିଆ, ବିଜୟ ପାତ୍ର, ସୁଜାତା ପଣ୍ଡା, ପଞ୍ଚାନନ ଗୌଡ଼, ପ୍ରଦାପ ମୁଦୁଲି, ସାଗରିକା ବିଶ୍ବାଳ ସସ୍ମିତା ମିଶ୍ର, ଗୀତା ମହାପାତ୍ର ପ୍ରମୁଖ ନେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ‘ସମ୍ବାଦ’ ସାହିତ୍ୟଘରର ପୂର୍ବତନ ସଭାପତି ହରିହର କରସୁଧା ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଡଃ. ମନୋରଞ୍ଜନ ପ୍ରଧାନ, ସମ୍ପାଦକ ପଙ୍କଜ କୁମାର ପାତ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀ, ‘ସମ୍ବାଦ’ର ସହ ସମ୍ପାଦକ ପ୍ରଦୀପ ପ୍ରଧାନ ଯୋଗ ଦେଇଥିଲେ। ‘ସମ୍ବାଦ’ ନଗର ପ୍ରତିନିଧି ସୁରେଶ କୁମାର ନାଇଡୁ, ବିତ୍ତବିଭାଗ ଅଧିକାରୀ ଆନନ୍ଦ ଚନ୍ଦ୍ର ଓଝା ଉଭୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ‘ସମ୍ବାଦ’ର ପ୍ରସାର ବିଭାଗ ଅଧିକାରୀ କେ. ଭେଙ୍କଟ ପ୍ରସାଦ ଦୋରା, ବରିଷ୍ଠ ସହ ସମ୍ପାଦକ ସତ୍ୟ ପାଣିଗ୍ରାହୀ, ସହସମ୍ପାଦକ ଅଂଶୁମାନ ଆଚାର୍ଯ୍ୟ, କେ. ଅରୁଣ କୁମାର, ଆଲୋକ ବେହେରା, ଘନଶ୍ୟାମ ଦଳାଇ, ଦିଲ୍ଲୀପ କୁମାର ନିଶଙ୍କ, ଅଶୋକ ପଲେଇ, ତ୍ରିଶୁଳ ସାନ୍ତ୍ରା, ସରୋଜ ନାୟକ, ନିରଂଜନ ସେଠୀ, ବୈଦନାଥ ଖରା, କେଦାର ହରିଜନ, ତୁଳାରାମ ଭୁମିଆ ପ୍ରମୁଖ ସହଯୋଗ କରିଥିଲେ।