ବଲାଙ୍ଗୀର: ଜିଲ୍ଲା ଅମଲା ସଂଘର ନିଷ୍ପତ୍ତି ଅନୁସାରେ ବିଭିନ୍ନ କାର୍ଯ୍ୟାଳୟରେ ଅମଲାମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଛନ୍ତି। ଅମଲାମାନଙ୍କ ଗ୍ରେଡ୍‌ପେ ୪୨୦୦କୁ ବୃଦ୍ଧି ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଲାମାନଙ୍କ ବହୁଦିନର ଦାବି ରହିଛି। ବହୁ ବର୍ଷ ହେଲା ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ଅମଲାମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏମାନେ କଳାବ୍ୟାଜ୍‌ ପିନ୍ଧି କାମ କରିବେ। ତଥାପି ଦାବି ପୂରଣ ନହେଲେ ଜୁନ ୧ରୁ ସମୂହ ଛୁଟିରେ ରହିବେ ବୋଲି ସଂଘ ନିଷ୍ପତ୍ତି ନେଇଛି।

Advertisment

ପାଟଣାଗଡ଼: ପାଟଣାଗଡ଼ରେ ମଧ୍ୟ ଅମଲାମାନେ କଳାବ୍ୟାଜ୍‌ ପିନ୍ଧି କାମ କରୁଥିବା ଦେଖିବାକୁ ମିଳିଥିଲା। ପାଟଣାଗଡ଼ ତହସିଲ ଅଫିସ, ଉପଜିଲ୍ଲାପାଳ ଅଫିସର କିରାଣିମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିଥିବା ସୂଚନା ମିଳିଛି।