ନାଲକୋନଗର: ଅନୁଗୁଳସ୍ଥିତ ନବରତ୍ନ ପ୍ରାପ୍ତ କମ୍ପାନି ନାଲ୍କୋ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସର ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ ଅମ୍ବିକା ପ୍ରସାଦ ପଣ୍ଡା ରବିବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଏସ୍.ଆଣ୍ଡ.ପି କମ୍ପ୍ଲେକ୍ସର କର୍ମଚାରୀଗଣ, ଅଫିସର କର୍ତ୍ତୃପକ୍ଷ, ସମସ୍ତ ୟୁନିୟନ, ଆସୋସିଏସନ, କର୍ମକର୍ତ୍ତାଗଣ ଶ୍ରୀ ପଣ୍ଡାଙ୍କୁ ଦାଇତ୍ୱ ଗ୍ରହଣ ସମୟରେ ଭାବ୍ୟ ଶୁଭେଚ୍ଛା ଜଣାଇ ଥିଲେ। ଶ୍ରୀ ପଣ୍ଡା ସମ୍ବଲପୁରର ବୁର୍ଲା ଇଂଜିନିୟରିଂ କଲେଜରୁ ପାସ କରି ୧୯୮୪ ମସିହାରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ସହ ଉତୀର୍ଣ୍ଣ ହୋଇଥିଲେ। ପରେ ୧୯୮୪ ମସିହାରେ ନାଲକୋର ପ୍ରଥମ ବ୍ୟାଚ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନିଂ (ଜୀ.ଇ.ଟି)ରୂପେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ୩୬ବର୍ଷରୁ ଉର୍ଦ୍ଧ୍ୱ କର୍ମମୟ ଜୀବନ ମାଧ୍ୟମରେ ସେ ନାଲକୋ ସିପିପି ପ୍ଲାଣ୍ଟର ମେକାନିକାଲ ବିଭାଗରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନେକ ସଂଖ୍ୟାରେ କ୍ୱାଲିଟି ସର୍କଲ ନିର୍ମାଣ, ରକ୍ଷଣାବେକ୍ଷଣ କାର୍ଯ୍ୟରେ କମ୍ପ୍ୟୁଟରୀକରଣ ପଦ୍ଧତି ଅବଲମ୍ବନ କରିବା କିମ୍ବା ଆଇଏସ୍ଓ -୯୦୦୦ର ସଫଳ ପ୍ରୟୋଗ କରିବା ଇତ୍ୟାଦି ଉଲ୍ଲେଖନୀୟ।
/sambad/media/post_attachments/wp-content/uploads/2020/11/3f87bddc-15ef-4a31-97ce-7d61eefc553f.jpg)
ଶ୍ରୀ ପଣ୍ଡା ସିପିପି ପ୍ଲାଣ୍ଟରେ ୨୦୧୭-୧୯ଦୁଇବର୍ଷ ସିପିପି ପ୍ଲାଣ୍ଟର ଜିଏମ ଓ ଆଣ୍ଡ ଏମ ଓ ୨୦୧୯-୨୦ ଭାରପ୍ରାପ୍ତ ଜିଏ ସିପିପି ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ସଫଳତାର ସହ କାର୍ଯ୍ୟ ସମ୍ପାଦନ ଭାର ସମ୍ଭାଳିଥିଲେ। ତାଙ୍କ ଦିଗଦର୍ଶନ ଓ ନେତୃତ୍ୱରେ ଦୀର୍ଘ୧ବର୍ଷରେ ସଫଳତାର ସହ ସିପିପି ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ କରିଥିଲେ। ନାଲକୋର ପୂର୍ବତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଶ୍ରୀ ମନସା ପ୍ରସାଦ ମିଶ୍ର ପଦୋନ୍ନତି ନେଇ ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ କାର୍ଯ୍ୟାଳୟକୁ ଡ଼ାଇରେକ୍ଟର ପ୍ରୋଜେକ୍ଟ ଆଣ୍ଡ ଟେକନୋଲୋଜି ଯାଇଥିଲେ।
ଠିକ ସେହିପରି ନାଲକୋରେ ନୂତନ ଜି.ଏମ୍ ସିପିପି ଭାବେ ସରୋଜ ମିଶ୍ର ଓ ଜି.ଏମ ଅପରେସନ ଓ ମେଣ୍ଟେନାନ୍ସରେ ସୁଧୀର ପଟନାୟକଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଶ୍ରମିକ ନେତା ବିଭବ ଜେନା ନୂତନ ଇଡିଙ୍କୁ ସମର୍ଦ୍ଧନା ଦେବା ସହିତ ସିପିପି ପ୍ଲାଣ୍ଟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଏବଂ ବିଶେଷ କରି ବିଭିନ୍ନ ବିଭାଗରେ କର୍ମଚାରୀ ଅଭାବ, ନାଲକୋର ଲାଇଫଲାଇନ କୁହା ଯାଉଥିବା ଲୀନସ୍ ଲରି ପ୍ରୋଜେକ୍ଟକୁ ଅଗ୍ରାଧିକାର ଭିତ୍ତିରେ ଶେଷ କରିବା, ୪୦ବର୍ଷର ପୁରୁଣା ପ୍ଲାଣ୍ଟର ସଠିକ୍ ରକ୍ଷଣା ବେକ୍ଷଣ, ସମ୍ବେଦଶୀଳ ବିଭାଗରେ ସଠିକ୍ ସମୟରେ ଅଧିକାରୀ ମାନଙ୍କୁ ପରିବର୍ତନ କରିବା ତଥା ପ୍ଲାଣ୍ଟର ଅନ୍ୟାନ ପରିସ୍ଥିତି ଓ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।
ନୂତନ ଇଡି ସମସ୍ୟାର ତୁରନ୍ତ ସମାଧାନ ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ। ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଶୁଭ୍ରାଂଶୁ ବେହେରା, ପି କେ ମିଶ୍ର, ଶରତ ସେଠୀ , ବିଜୟ ଦାସ, ରବୀନ୍ଦ୍ର ଓଝା, ଗତିକୃଷ୍ଣ ବେହେରା, ଦୀପକ୍ ସାନ୍ତ୍ରା, ଅରୁଣ ମହାନ୍ତି, ସନ୍ଦୀପ ଘାଣ୍ଟି, ଶରତ ପ୍ରଧାନ, ନୀଳ ରଥ, ଟି ଏନ୍ ବେହେରା, ସୁନନ୍ଦା ମହାନ୍ତି ଓ କଲ୍ୟାଣୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Ambika-panda-ed-nalco01_Thumb.jpg)