ପାଟଣାଗଡ଼: ପାଟଣାଗଡ଼- ପଦ୍ମପୁର ରାସ୍ତାରେ ଥିବା ଝୁଲେନବର ଗ୍ରାମ ନିକଟରେ ମୃତ ଦେହ ନେଇ ଆଣୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଲର୍କି ଗ୍ରାମର ବିପିନ ସେଠ ତାଙ୍କ ପତ୍ନୀ ସାଇବାନୀ ସେଠଙ୍କୁ କିଛି ଦିନ ପୂର୍ବରୁ ପକ୍ଷାଘାତ ହେବାରୁ ତାଙ୍କ ପତ୍ନୀଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରି ସେଠାରୁ ବୁର୍ଲା ମେଡିକାଲକୁ ନେଇଥିଲେ।
ବୁର୍ଲାଠାରେ ଚିକିତ୍ସିତ ଅବସ୍ଥାରେ ସାଇବାନୀଙ୍କ ମୃତ୍ୟୁ ଘଟିଥିଲା। ପରେ ବିପିନ ନିଜ ପତ୍ନୀଙ୍କର ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ଲର୍କିକୁ ଆଣୁଥିଲେ। ତେବେ ଆସିବାବେଳେ ପଦ୍ମପୁର-ପାଟଣାଗଡ଼ ରାସ୍ତାରେ ଝୁଲେନବର ଗ୍ରାମ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇଥିଲା। ଫଳରେ ଆମ୍ବୁଲାନ୍ସ ରାସ୍ତା କଡରେ ଥିବା ଏକ ଗଛରେ ଧକ୍କା ହୋଇଥିଲା।
ଫଳରେ ଘଟଣା ସ୍ଥଳରେ ମୃତଦେହ ନେଇ ଆଣୁଥିବା ବିପିନଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ମୃତଦେହ ଦ୍ବୟକୁ ଉଦ୍ଧାର କରିଥିବା ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f4a30f4f-eb85-44fd-a967-c66773b2510f.jpg)