ବୈପାରିଗୁଡା: ଜଣେ ଗୁରୁତର ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ରାତି ୪ଟା ସମୟରେ ମାଲକାନଗିରିଠାରୁ ଜଣେ ହୃଦରୋଗୀଙ୍କୁ କୋରାପୁଟ ମେଡିକାଲ କଲେଜକୁ ନେଇ ଯାଉଥିବା ଆମ୍ବୁଲାନ୍ସ ବୈପାରିଗୁଡାଠାରୁ ଦୁଇ କିଲୋମିଟର ଦୂର ୩୨୬ ନମ୍ବର ଜାତୀୟ ରାଜପଥର ଡାଲଖାଇ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ କର୍ମଚାରୀ ସମେତ ରୋଗୀ ଏବଂ ସହାୟକ ସୁରକ୍ଷିତ ରହିଛନ୍ତି।
ଡ୍ରାଇଭରର ମୁଣ୍ଡ ଏବଂ ମୁହଁରେ ଆଘାତ ଲାଗିଛି। ଦୁର୍ଘଟଣା ପରେ ବୈପାରିଗୁଡା ଡାକ୍ତରଖାନାକୁ ସୂଚନା ଦେବାରୁ ଏଠାରୁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ରୋଗୀ ଏବଂ ତାଙ୍କ ସହାୟକଙ୍କୁ କୋରାପୁଟ ନେଇ ପହଞ୍ଚାଇଛନ୍ତି। ଡ୍ରାଇଭର ପ୍ରଦୀପ ମଣ୍ଡଳଙ୍କ କହିବା ଅନୁଯାୟୀ ଗାଡ଼ିର ଷ୍ଟିଅରିଙ୍ଗ ଜାମ୍ ହୋଇଥିବା ଫଳରେ ଗାଡ଼ିଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ରାସ୍ତା କଡକୁ ଖସି ପଡ଼ିଥିଲା। ଆମ୍ବୁଲାନ୍ସର ଅନ୍ୟ କର୍ମଚାରୀ ପ୍ରଦୀପଙ୍କର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ପୁଲିସର ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/IMG-20220902-WA0038.jpg)