ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ ଆଜି ଏକ ୧୦୮ ଆମ୍ବୁଲାନ୍ସ ଦୃତଗତିରେ ଯାଇ ଏକ ଟ୍ରକ୍କୁ ପଛପଟରୁ ଧକ୍କା ଦେବାରୁ ଏଥିରେ ଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କର ମୃତ୍ୟୁ ଘଟିଥିବା ବେଳ ଅନ୍ୟ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର: ଜିଲ୍ଲା ବାଲିଆପାଳ ହାସିମପୁରରୁ ହୃଦ୍ରୋଗୀ ରାଜେଶ ମିତ୍ରଙ୍କୁ ନେଇ ଆମ୍ବୁଲାନ୍ସଟି ବାଲେଶ୍ୱର ଆସୁଥିବା ବେଳେ ସକାଳ ପ୍ରାୟ ୬ଟା ୧୫ ବେଳେ ହଳଦୀପଦା ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟକ୍ର ପଛ ପଟେ ପିଟି ହୋଇ ଯାଇଥିଲା। ଫଳରେ ଏଥିରେ ଥିବା ଶାନ୍ତିଲତା ମିତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିିବା ବେଳେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଶଶିକାନ୍ତ ମହାନ୍ତ, ହେଲପର୍ ବିଶ୍ୱଜିତ ମିଶ୍ର, ଫାର୍ମାସିଷ୍ଟ ରାଜୀବ ଲୋଚନ ମହାନ୍ତି, ରୋଗୀ ରାଜେଶ ମିତ୍ର, ରୋଗୀଙ୍କ ସମ୍ପର୍କୀୟ ଶଶିକାନ୍ତ ଚକ୍ରବର୍ତ୍ତୀ ଓ ଶଶିକାନ୍ତଙ୍କ ପତ୍ନୀ ସୁନୀତା ମିତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଶ୍ରୀ ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ବାଲେଶ୍ୱର: ଟ୍ରକ୍ ପଛପଟେ ପିଟିହେଲା ଆମ୍ବୁଲାନ୍ସ,ଜଣେ ମୃତ, ୬ ଆହତ
/sambad/media/post_attachments/wp-content/uploads/2018/12/Ambulance-Accident_Baleswar_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)