ମାଲକାନଗିରି: ଗାଡ଼ିରେ ଲେଖାଯାଇଛିି ଆମ୍ବୁଲାନ୍ସ। ଛାତ ଉପରେ ଧପ୍ ଧପ୍ ହୋଇ ଜଳୁଛି ନୀଳ ଆଲୁଅ। ସାଇରନ ବି ବାଜୁଛି। ଆଉ ଏହି ଆମ୍ବିଲାନ୍ସ ଭିିତରେ ଧଳା ଚାଦର ଘୋଡାଇ ରହିଛି ଏକ ମୃତଦେହ। ସ୍ୱାଭାବିକଭାବେ ଏହା ଏକ ମୃତଦେହ ପରିବହନ ଘଟଣା ପରି ଜଣାପଡ଼ୁଥିଲା। ମାତ୍ର ବାସ୍ତବରେ ମୃତଦେହ ଆଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଶେଷରେ ପୁଲିସ ଯାଞ୍ଚ କରି ଏହି ଆମ୍ବୁଲାନ୍ସରୁ ମୃତଦେହ ବଦଳରେ ଜବତ କରିଛି ୧ କ୍ୟୁଣ୍ଟାଲ ୨୩ କେଜି ଓଜନର ଗଞ୍ଜେଇ। ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ହେଉଥିବା ଗଞ୍ଜେଇ ଚୋରା କାରବାରର ପର୍ଦ୍ଦାଫାସ କରିଛି ପୁଲିସ।ପୂର୍ବରୁ ପଇଡ଼ରେ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇ ସାରିଥିବା ବେଳେ ଏବେ ମୃତଦେହ ପରିବହନ ଆଳରେ ଚାଲିଛି ଗଞ୍ଜେଇ ଚୋରା କାରବାର।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗଞ୍ଜେଇକୁ ଧଳା କପଡ଼ାରେ ଗୁଡ଼ାଇ ଏକ ମୃତଦେହ ପରି ଏକ ନକଲି ଆମ୍ବୁଲାନ୍ସରେ ରଖି ପରିବହନ କରାଯାଉଥିଲା। ପୁଲିସ ଗୋବିନ୍ଦପାଲ୍ଲୀ ଛକରେ ଗାଡ଼ିମଟର ଯାଞ୍ଚ କରୁଥିବା ବେଳେ ଏହି ଆମ୍ବୁଲାନ୍ସଟିକୁ ମଧ୍ୟ ଦେଖି ଯାଞ୍ଚ କରିବାକୁ ଚାହିଁଥିଲା। ମାତ୍ର ପୁଲିସ ଯାଞ୍ଚ ବେଳେ ମୃତଦେହ ପରିବହନ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ନ ଥିବାରୁ ପୁଲିସ ସନ୍ଦେହରେ ମୃତଦେହକୁ ତନଖି କରିବାରୁ ଏହା ଏକ ବସ୍ତା ବୋଲି ଜଣାପଡ଼ିିଥିଲା। ପରେ ଗଞ୍ଜେଇ ବସ୍ତାକୁ ମୃତଦେହ ଆକାରରେ ସଜାଇ ପରିବହନ କରା ଯାଉଥିବା ଜଣାପଡ଼ିଥିଲା। ଏହି ଆମ୍ବୁଲାନ୍ସକୁ ପୁଲିସ ଜବତ କରି ଏଥିରୁ ୁ ପୁଲିସ ଏଥିରୁ୧ କ୍ୱିଣ୍ଟାଲ୍ ୨୩ କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମାଲକାନଗିରି: ଆମ୍ବୁଲାନ୍ସରୁ ମୃତଦେହ ବଦଳରେ ମିଳିଲା ୧.୨୩ କ୍ୟୁଣ୍ଟାଲ ଗଞ୍ଜେଇ
/sambad/media/post_attachments/wp-content/uploads/2018/07/malkangiri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)