ଅମିନଙ୍କୁ ସରକାରଙ୍କ ଅଣଦେଖା ନେଇ ଗର୍ଜିଲା ଅମିନ ସଂଘ

ମାଲକାନଗିରି: ଦୀର୍ଘ ୧୩ ବର୍ଷ ଧରି ଦାବି କରି ଆସୁଥିବା ଅମିନ ମାନଙ୍କ ଦାବି ଆଜି ପର୍ଯ୍ୟନ୍ତ ସରକାର ଅଣଦେଖା କରି ଆସୁଛନ୍ତି। ୨୦୧୦ ମସିହାରୁ ଆମେ କେବଳ ମିଥ୍ୟା ପ୍ରତିଶ୍ରୁତି ହିଁ ପାଇଛେ ସରକାରଙ୍କ ଠାରୁ। କିନ୍ତୁ ବର୍ତ୍ତମାନ ଆମ ପାଖରେ ଆଉ ଅନ୍ୟ କିଛି ବାଟ ନଥିବାରୁ ଆମେ ଏହି ଶାନ୍ତିପୂର୍ଣ୍ଣ ବିରୋଧ ଜଣାଇବାକୁ ବାଧ୍ୟ ହୋଇଛୁ। ୧୯୬୪ ମସିହାରୁ ରାଜସ୍ଵ ବିଭାଗରେ ଇନ୍ସପେକ୍ଟର ଓ ଅମିନ ହି ନିଯୁକ୍ତି ଥିଲା, କିନ୍ତୁ ୧୯୮୩ ମସିହାରେ ଇନ୍ସପେକ୍ଟର ମାନଙ୍କୁ ସହାୟକ ଭାବେ କଲେକ୍ସନ ମହୁରିଅର ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା ଏବଂ ରାଜସ୍ଵ ବିଭାଗରେ ଏକ କ୍ୟାଡ଼ରର ବ୍ୟବସ୍ଥା କରାଗଲା। ଯେପରି ରେଭେନ୍ୟୁ ସୁପରଭାଇଜର, ରେଭେନ୍ୟୁ ଇନସପେକ୍ଟର, ଅମିନ, କଲେକ୍ସନ ମହୁରିଅର। ଏଥିସହ ଏହି ପଦବି ଗୁଡ଼ିକର ଦରମା ମଧ୍ୟ ସ୍ଥିର କରାଯାଇଥିଲା। କିନ୍ତୁ ସମୟକ୍ରମେ କେଉଁ ପ୍ରକାରର ଅଦୃଶ୍ୟ ଶକ୍ତି ସରକାରଙ୍କୁ ୨୦୦୯ ମସିହାରେ କଲେକ୍ସନ ମହୁରିଅର ବା ଏଆରଆଇ ମାନଙ୍କ ଦରମାକୁ ୧୬୫୦ରୁ ବୃଦ୍ଧି କରି ୧୯୦୦ କରିବାକୁ ବାଧ୍ୟ କରିଛି। ତାହା ଆଜି ବି ଆମମାନଙ୍କ ପାଇ ପ୍ରଶ୍ନବାଚୀ ହୋଇ ରହିଛି।

ଅନ୍ୟପଟେ ଅମିନ ମାନଙ୍କ ଦରମା ସେହି ୧୮୦୦ରେ ହିଁ ରଖି ଦିଆଯାଇଛି। ଅମିନ ଶବ୍ଦର ଅର୍ଥ ହେଉଛି ବିଶ୍ୱାସୀ, ଏବଂ ତହସିଲ ଅଫିସର ମୁଣ୍ଡ ହେଉଛି ରେକର୍ଡ ରୁମ୍, ଏବଂ ଅମିନ ମାନେ ହିଁ ଆଜି ପର୍ଯ୍ୟନ୍ତ ସେହି ତହସିଲର ମୁଣ୍ଡକୁ ଟେକି ରଖିଛନ୍ତି। ସମସ୍ତ ରେକର୍ଡ ପତ୍ର ଗୁଡ଼ିକୁ ସଠିକ ଭାବରେ ଦାୟିତ୍ବବାନ ହୋଇ ସଜାଡି ରଖିଛନ୍ତି। କିନ୍ତୁ ସରକାରଙ୍କ ଅମିନମାନଙ୍କ ସହିତ ଏହି ଅବହେଳା ଆଜି ବି କମିବାକୁ ନାହିଁ। ରାଜ୍ୟ ଅମିନ ସଂଘର ସାଧାରଣ ସମ୍ପାଦକ ସମେତ ସଂଘର କର୍ମକର୍ତ୍ତା ସରକାରଙ୍କୁ ଅନୁରୋଧ କରିଛନ୍ତି ଯଦି ସରକାର ଅମିନ ମାନଙ୍କ ଭୂମିକା ଓ ଗୁରୁତ୍ୱକୁ ବୁଝିବାରେ ଆମର ଦାବିକୁ ତୁରନ୍ତ ପୂରଣ କରନ୍ତୁ। ଆମେ ଉପସ୍ଥାପନା କରୁଥିବା ଦାବି ଗୁଡିକ କେତେଦୂର ଯଥାର୍ଥ ରହିଛି ତାହା ତଦନ୍ତ କରି ତାହାର ବିହିତ ପଦକ୍ଷେପ ନିଆଯାଉ। ଗତ ୨୦୦୯ରେ କୋରାପୁଟ ଅମିନ ନରୋତ୍ତମ ପାତ୍ରଙ୍କ କେସ ଓଏ ୭୬୯/୨୦୦୯ ରେ ସରକାର ଆମ ଦାବି ଠିକ ଏବଂ ଯଥାର୍ଥ ବୋଲି କହିବା ପରେ ମଧ୍ୟ ସରକାର ସେଥି ପ୍ରତି ଅଣଦେଖା ହୋଇ ଅଛନ୍ତି। ତେଣୁ ଆଗାମୀ ଦିନରେ ଦାବି ପୂରଣ ନହେଲେ ଅସହଯୋଗ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର