ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାକୁ ମଡେଲ ରାଜ୍ୟରେ ପରିଣତ କରାଯିବ: ଅମିତ ଶାହା

ବରଗଡ଼: ଓଡ଼ିଶାରେ ସରକାର ବଦଳିବା ଦରକାର। ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିଲେ ଓଡ଼ିଶାକୁ ମଡେଲ ରାଜ୍ୟରେ ପରିଣତ କରାଯିବ ବୋଲି ଅମିତ ଶାହା କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହା ବରଗଡ଼ରେ ରବିବାର ବିଜୟ ସଂକଳ୍ପ ସମାବେଶରେ ବିଜେଡିକୁ ପୋଡ଼ା ଟ୍ରାନ୍ସଫରମ ସହିତ ତୁଳନା କରିଛନ୍ତି। ଗଂଜାମ ଜିଲ୍ଲାର ପୋଲସରା ଠାରେ ଆୟୋଜିତ ସମାବେଶ ପରେ ଶାହା ବରଗଡ଼ରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୋଡା ଟ୍ରାନ୍ସଫରମକୁ ବଦଳା ଯିବା ଦରକାର ଅଛି।

ବିଜେପିର ବରିଷ୍ଠ ନେତା କହିଛନ୍ତି, କେନ୍ଦ୍ରରେ ମୋଦୀ ସରକାର ନିଶ୍ଚୟ ଆସିବ। ଡବଲ ଇଂଜିନ ଆସିଲେ ରାଜ୍ୟର ଦ୍ରୁତ ବିକାଶ ହେବ। ମହାମେଣ୍ଟକୁ ନେଇ ଶାହା ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ମହାମେଣ୍ଟ କ୍ଷମତାକୁ ଆସିଲେ କିଏ ପ୍ରଧାନମନ୍ତ୍ରୀ ହେବ।

ଅମିତ ଶାହା ଆଜି ଦିନିକିଆ ଓଡ଼ିଶା ଗସ୍ତ କରିଥିଲେ। ଏହି ଅବସରରେ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱରରେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର