ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟର ମିଶନ ଶକ୍ତି ସଭାଗୃହ ଠାରେ ଏମ୍ଏସ୍ ସ୍ବାମୀନାଥନ ଗବେଷଣା ପ୍ରତିଷ୍ଠାନ ତରଫରୁ ଆଜାଦୀ କି ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୈପାରିଗୁଡା ବିଡ଼ିଓ ଅଭିମନ୍ୟୁ କବି ଶତପଥି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବ୍ଲକର ୧୨୫ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ସହାୟତାରେ ତଥା ଜୈବ ପ୍ରଯୁକ୍ତି ବିଭାଗ ଆନୁକୂଲ୍ୟରେ ୭୫ଟି ଆକାଂକ୍ଷା ଜିଲ୍ଲାର ୭୫୦୦୦ ଚାଷୀମାନଙ୍କୁ ସଂଯୋଗ କରାଯାଇଥିଲା। ସ୍ବାମୀନାଥନ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଅକ୍ଷୟ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବୈପାରିଗୁଡ଼ାରେ ଅମୃତ ମହୋତ୍ସବ ପାଳିତ
/sambad/media/post_attachments/wp-content/uploads/2021/10/34cd901a-2eda-4501-b1fc-6d4556be5f6f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)