ସ୍ୱାଧୀନତା ଦିବସରେ ପାଳିତ ହେବ ଆଜାଦିକା ଅମୃତ ମହୋତ୍ସବ

ଭୁବନେଶ୍ବର: ଚଳିତବର୍ଷ ୭୫ ତମ ସ୍ୱାଧୀନତା ଦିବସରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ହେବ ‘ଫିଟ୍‌ ଇଣ୍ତିଆ ଫ୍ରିଡ଼ମ୍‌ ରନ୍‌’। ଆୟାଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଓ ରାଷ୍ଟ୍ରମନ୍ତ୍ରୀ ନିଶୀଥ୍‌ ପ୍ରାମାଣିକ ଯୋ‌ଗଦେବେ।

ଅଗଷ୍ଟ ୧୩ ତାରିଖ ଠାରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ। ଅଗଷ୍ଟ ୧୩ ତାରିଖରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବଳ, କେନ୍ଦ୍ର ଶିଳ୍ପ ନିରାପତ୍ତା ବଳ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ, ରେଳବାଇ, ନେହେରୁ ଯୁବକେନ୍ଦ୍ର ସଙ୍ଗଠନ, ଇଣ୍ତୋ- ତିଦ୍ଦତ୍‌ ସୀମା ସୁରକ୍ଷା ସମେତ ଦେଶ‌ର ୭୪୪ଟି ଜିଲ୍ଲା, ପ୍ରତି ଜିଲ୍ଲାର ୭୫ଟି ସମେତ ପ୍ରାୟ ୩୦ ହଜାର ଶିକ୍ଷାନୁଷ୍ଠାନ ପ୍ରମୁଖ ଅଶଂ ଗ୍ରହଣ କରିବେ। ମହାମାରୀ ସମୟରେ ଲୋକମାନଙ୍କୁ ସୁସ୍ଥ ରଖିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଛି।

ସମ୍ବନ୍ଧିତ ଖବର