ଓଲଟିଲା କୋଇଲା ବୋଝେଇ ଟ୍ରକ୍

ଝାରସୁଗୁଡ଼ା: ସୁନ୍ଦରଗଡ଼ରୁ କୋଇଲା ନେଇ ଶନିବାର ସନ୍ଧ୍ୟାରେ ବେଦାନ୍ତ କାରଖାନାକୁ ଆସୁଥିବା ଏକ ଟ୍ରକ (ଓଡି ୧୬ଇ-୭୬୦୬) ଭାରସାମ୍ୟ ହରାଇ ଏୟାରପୋର୍ଟ ଥାନା ଅନ୍ତର୍ଗତ ତାଲପଟିଆ ଛକ ବୁଲାଣିରେ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ରେ ଥିବା ଅଧା କୋଇଲା ରାସ୍ତାସାରା ବିଛେଇ ହୋଇ ପଡ଼ିଥିବା ବେଳେ ବାକି କୋଇଲା ଝାରସୁଗୁଡ଼ାରୁ ସୁନ୍ଦରଗଡ଼ ଦିଗରେ ଯାଉଥିବା ଏକ ପିକ୍‌ଅପ୍‌ (ଓଡି ୧୬ଡି-୭୩୩୬) ଉପରେ ପଡ଼ିଥିଲା।

ପିକ୍‌ଅପ୍‌ଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯଦ୍ବାରା ଦୀର୍ଘ ସମୟ ଧରି ଝାରସୁଗୁଡ଼ା-ସୁନ୍ଦରଗଡ଼ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ସୂଚନା ପାଇ ଏୟାରପୋର୍ଟ ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଉଠାଇବା ସହ କୋଇଲା ଉଠାଇବା ପରେ ଯାନବାହନ ଚଳାଚଳ ସ୍ବଭାବିକ ହୋଇଛି।

ସମ୍ବନ୍ଧିତ ଖବର