ଘଟଗାଁ: ଘଟଙ୍ଗା ବ୍ଲକ ରୁଟିଶିଲା ଗ୍ରାମ ପଞ୍ଚାୟତର ଆଙ୍କଲପଡ଼ା ଗ୍ରାମବାସୀ ଏକ ସପ୍ତାହବ୍ୟାପୀ ଅନ୍ଧାରରେ ଅଛନ୍ତି। ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ପ୍ରାୟ ଏକ ସପ୍ତାହ ପୂର୍ବରୁ ପୋଡ଼ିଯାଇଛି। ଏଥିପାଇଁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଏହାକୁ ସଜାଡ଼ିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନଥିବାରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଉପଭୋକ୍ତା ବିଦ୍ୟୁତ୍‌ ସେବାରୁ ବଞ୍ଚିତ ହୋଇଛନ୍ତି।

Advertisment

ଏନେଇ ଗ୍ରାମବାସୀଙ୍କ ତରଫରୁ ଟାଟା ପାୱାର କମ୍ପାନିର  କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଟ୍ରାନଫର୍ମର ମରାମତି ପାଇଁ ଦାବି କରିଛନ୍ତି। ତୁରନ୍ତ ଟ୍ରାନଫର୍ମର ବସାଇ ବିଦୁତ୍‌ ସେବା ଯୋଗାଇଦେବାକୁ ଗ୍ରାମର ରାହାସ ବିହାରୀ ନାଏକ, ଭାଗୀରଥି ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, ଖଗେଶ୍ୱର ନାଏକ,  ମଙ୍ଗଳସିଂ ମୁଣ୍ଡା  ସମେତ ଗ୍ରାମବାସୀ ଦାବି କରିଛନ୍ତି।