ଭବାନୀପାଟଣା: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ଅନାମଙ୍କ ଗିରଫ ନେଇ ଜୟପୁର ଭିଜିଲାନ୍ସ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅନାମ ନାୟକ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଭବାନୀପାଟଣାର ବିଧାୟକ ରହିଥିଲେ। ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଜିଣି ଥିଲେ। ତେବେ ଆଜି ତାଙ୍କୁ ଭିଜିଲାନ୍ସ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି।
/sambad/media/post_attachments/wp-content/uploads/2020/01/anam-naik-f-2.jpg)
ତେବେ ପୂର୍ବରୁ ଅନାମଙ୍କ ଘର ଓ ହୋଟେଲ୍ ଉପରେ ଭିଜିଲାନ୍ସ ଅତର୍କିତ ଚଢ଼ାଉ କରିଥିଲା। ବିଭାଗ ପକ୍ଷରୁ ତିନିଟି ଟିମ୍ ଏକକାଳୀନ ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ଭବାନୀପାଟଣା ସହରସ୍ଥିତ ନକଟିଗୁଡ଼ା ବାସଭବନ, ପୁରୁଣାପଡା ଛକ ନିକଟ ନିର୍ମାଣାଧୀନ ଲଜ୍ ଓ ମଦନପୁର-ରାମପୁରସ୍ଥିତ ଶ୍ରୀରାମ କ୍ରିଷ୍ଣା ଲଜ୍ ଉପରେ ଭିଜିଲାନ୍ସ ଚଢାଉ କରିଥିଲା।
ଭବାନୀପାଟଣାଠାରେ ତିନି ମହଲା କୋଠା ତଥା ମଦନପୁର- ରାମପୁରଠାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଲଜ୍ ଓ ବିଦେଶୀ ମଦ ଦୋକାନ ଉପରେ ବି ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ ବହୁ ପରିମାଣର ଜମିର କାଗଜ ପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Anam-Nayak.jpg)