ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତର ମୁଣ୍ଡିଗୁଡା ଗ୍ରାମରେ ଜଣେ ଅସହାୟ ମହିଳା ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କଥା କହିପାରୁନଥିବା ବେଳେ ଦେହ ଅସୁସ୍ଥ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଏନେଇ ଖଇରପୁଟ ବ୍ଲକର ସମାଜସେବୀ ଆନନ୍ଦ ଚାର୍କି ସେହି ମହିଳାଙ୍କ ନିକଟରେ ଯାଇ ତାଙ୍କର ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନଥିଲା। ପରେ ସେ ସ୍ଥନୀୟ ପୁଲିସ ଅଧିକାରୀଙ୍କୁ ଯୋଗାଯୋଗ କରି ମହିଳାଙ୍କୁ କିପରି ସହଯୋଗ କରାଯାଇପାରିବ ତାହାର ବ୍ୟବସ୍ଥା କରିଥିଲେ।

Advertisment

ପରେ ସେ ବିଏସଏସଓଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ। ସମସ୍ତଙ୍କ ସହଯୋଗରେ ମୁଣ୍ଡିଗୁଡାରୁ ଅସହାୟ ମହିଳାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମେଡିକାଲରେ ଚିକିତ୍ସା କରାଯାଇଥିଲା। ତାଙ୍କର ପରିଚୟ ମିଳି ପାରୁନଥିବାରୁ ସେ କେଉଁଠାରୁ ଆସିଛନ୍ତି ତାହା ଜଣାପଡି ନାହିଁ। ତେଣୁ ସ୍ଥାନୀୟ ପୁଲିସ ଏବଂ ବିଏସଏସଓଙ୍କ ସହଯୋଗରେ ଏହି ମହିଳାଙ୍କୁ ଗୋବିନ୍ଦପାଲ୍ଲୀ ସ୍ଥିତ ବୃଦ୍ଧାଶ୍ରମରେ ଆଶ୍ରୟ ଦିଆଯିବ ବୋଲି କୁହାଯାଇଛି। ତାଙ୍କର ସେଠାରେ ସମସ୍ତ ସୁବିଧା କରାଯିବ ବୋଲି କୁହାଯାଇଛି।