ଅନ୍ନପୂର୍ଣ୍ଣା ହତ୍ୟାକାଣ୍ତ; ହତ୍ୟାକାରୀଙ୍କ ଉପରୁ ଉଠୁନି ପରଦା

ପଙ୍କରେ ମୁହଁ ମାଡ଼ି ହତ୍ୟା କରାଯାଇଛି

ମାହାଙ୍ଗା: ମାହାଙ୍ଗା ଥାନା ଭେଡ଼ା ଗ୍ରାମର ବହୁଚର୍ଚ୍ଚିତ ଅନ୍ନପୂର୍ଣ୍ଣାଙ୍କ ହତ୍ୟାର ୯ ଦିନ ପରେ ହତ୍ୟାକାଣ୍ତରେ ଜଡ଼ିତ ଭଉଣୀଜ୍ବାଇଁ ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ବାଇଁଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ତର ପୋଷ୍ଟମର୍ଟମ୍‌ ରିପୋର୍ଟ ଆଜି ପୁଲିସ ହାତରେ ଲାଗିଛି। ଅନ୍ନପୂର୍ଣ୍ଣାଙ୍କ ମୁହଁ ପଙ୍କରେ ମାଡ଼ି ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ଥାନା ଅଧିକାରୀ ରଂଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ହେଲେ, ଏ ପର୍ଯ୍ୟନ୍ତ ହତ୍ୟାଘଟଣାରୁ ସଂପୂର୍ଣ୍ଣ ପରଦା ହଟୁନି। ଗୋଟିଏ ପଟେ ଟଙ୍କା ଦେଣନେଣକୁ ନେଇ ଦେଢଶାଳୀକୁ ହତ୍ୟା କରିଥିବା ଭଉଣୀଜ୍ବାଇଁ ପୁଲିସ ଆଗରେ ସ୍ବୀକାର କରିଥିବାବେଳେ ହତ୍ୟାକାଣ୍ତସ୍ଥଳର ପାରିପାର୍ଶ୍ବିକ ଅବସ୍ଥା ଓ ଏକାଧିକ ବ୍ୟକ୍ତିଙ୍କ ପାଦଚିହ୍ନ ଥିବାରୁ ଏଥିରେ ବହୁ ଅଭିଯୁକ୍ତ ଜଡ଼ିତ ଥିବା ଅନୁମାନ କରାଯାଉଛି। ଯେଉଁଭଳି ଭାବରେ ହତ୍ୟା ଅଭିଯୁକ୍ତ ଦୈତାରୀ ଡେମୋ ଦେଖାଇଛି ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ହତ୍ୟାକାରୀ ଦୈତାରୀ ପାଟନାଳୀରେ ପହଞ୍ଚିବା ପରେ ଅନ୍ନପୂର୍ଣ୍ଣାଙ୍କୁ ଫୋନ କରି ସନ୍ଧ୍ୟାରେ ଡ଼ାକିଥିଲା। ଅନ୍ନପୂର୍ଣ୍ଣା ଆସି ପହଞ୍ଚିବା ପରେ ତାଙ୍କୁ ତଣ୍ଟିଚିପି ନାଳୀକୁ ଠେଲି ହତ୍ୟାକରିଥିବା ଅଭିଯୁକ୍ତ କହିଛି। ତେବେ, ଏଠାରେ ପ୍ରଶ୍ନ ଉଠୁଛି, ବର୍ଷେ ହେବ ଦୈତାରୀ ଅନ୍ନପୂର୍ଣ୍ଣାଙ୍କ ଘରକୁ ଆସୁ ନଥିଲେ କି’ ତାଙ୍କ ସହ କୌଣସି ସମ୍ପର୍କ ନଥିବା ପରିବାର ଲୋକ କହିଥିଲେ। ଏପରିସ୍ଥଳେ କିପରି ଦୈତାରୀ ଫୋନରେ ଅନ୍ନପୂର୍ଣ୍ଣାଙ୍କୁ ଡାକିଲେ ଏବଂ ଅନ୍ନପୂର୍ଣ୍ଣାଙ୍କ ଅନ୍ଧାର ରାତିରେ କିପରି ଘରଠାରୁ ୨ଶହ ମିଟର ଦୂର ପାଟନାଳୀ ନିକଟକୁ ଚାଲିକି ଗଲେ, ତାକୁ ନେଇ ପ୍ରଶ୍ନ ଉଠୁଛି। ଯଦି ବି ଗଲେ, ଯିବା ପୂର୍ବରୁ ଘର ଭିତରେ କାହିଁକି ନିଜ ଶାଢି ଓହ୍ଲାଇ ରଖିଲେ ଏବଂ ନଳକୂପରୁ ବାଲତିରେ ପାଣି ନେଇ କାହିଁକି ଘର ପଛରେ ରଖି ପାଟନାଳୀକୁ ଗଲେ, ତାହା ବୁଝା ପଡ଼ୁ ନାହିଁ। ତା’ଛଡ଼ା, ଘର ପଛପଟରେ ପଡ଼ିଥିବା ଛିଣ୍ତାଚୁଟି ଆସିଲା କେଉଁଠୁ? ଏସବୁକୁ ବିଚାରକୁ ନେଲେ ଅନ୍ନପୂର୍ଣ୍ଣାଙ୍କୁ ଜବରଦସ୍ତ ଉଠାଇ ନିଆଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ବାରି ହେଉଛି। ଯଦି ଉଠାଇ ନିଆଯାଇଛି, ତେବେ ଏକାକୀ ଜଣେ ଏସବୁ କରିପାରିବ ନାହିଁ। ମୃତ ଅନ୍ନପୂର୍ଣ୍ଣାଙ୍କ ବାମଗୋଡ଼ ଓ ହାତରେ କ୍ଷତ ଚିହ୍ନ ରହିଛି।

ତାଙ୍କୁ ଯଦି ଅଭିଯୁ୍କ୍ତ ତଣ୍ଟିଚିପି ମାରିଛି ବୋଲି ସ୍ବୀକାର କରିଛି, ତେବେ ତାଙ୍କ ବାମହାତ ବଳାଗଣ୍ଠି ଓ ବାମଗୋଡ଼ ଭଣ୍ତାରେ କ୍ଷତଚିହ୍ନ ଆସିଲା କେଉଁଠୁ? ହତ୍ୟା ପୂର୍ବରୁ ଦୈତାରୀ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟ୍‌ ଓହ୍ଲାଇ ନାଳବନ୍ଧରେ ରଖି ଗାମୁଛା ପିନ୍ଧିଥିଲା କଣ ପାଇଁ? ଯେଉଁ ଫୋନ୍‌ ନମ୍ବରକୁ କଲ୍‌ କରି ଦୈତାରୀ ଅନ୍ନପୂର୍ଣ୍ଣାଙ୍କୁ ଡ଼ାକିଥିଲା, ସେ ଫୋନ ଗଲା କୁଆଡ଼େ? ତାକୁ ନେଲା କିଏ? ଅଭିଯୁକ୍ତ ବ୍ୟବହାର କରୁଥିବା ବସ୍ତ୍ର, ମୋବାଇଲ, ଗାଡ଼ି ସବୁ ପୁଲିସ ଜବତ କରିଥିଲେ ବି ଅନ୍ନପୂର୍ଣ୍ଣାଙ୍କ ମୋବାଇଲକୁ ଠାବ କରିପାରିଲା ନାହିଁ କାହିଁକି? ଏ ସମସ୍ତ ଘଟଣାକୁ ଦେଖିଲେ ଏହା ଯେ ଏକ ସଗଂଠିତ ହତ୍ୟାକାଣ୍ତ, ତାହା ଯେ କେହି କହିବ। ସାଧାରଣରେ ମଧ୍ୟ ସେଇ ଅଭିଯୋଗ ହେଉଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଅନ୍ନପୂର୍ଣ୍ଣା ଫୋନ କଲ୍‌ ପାଇ ଯାଇଥିଲେ ନା’ ଶୌଚ ହେବା ପାଇଁ ଘରୁ ବାହାରକୁ ଆସିବା ପରେ ତାଙ୍କୁ ଟେକି ନିଆଯାଇ ନାଳୀ ମଧ୍ୟରେ ହତ୍ୟା କରାଯାଇଛି? ପୁଲିସ ସୂଚନା ମୁତାବକ, ଦୈତାରୀ ସହ ମୃତ ଅନ୍ନପୂର୍ଣ୍ଣା ଫୋନ ଦ୍ବାରା ଯୋଗାଯୋଗରେ ଥିଲେ। ଦୈତାରୀ ସନ୍ଧ୍ୟାରେ ତାଙ୍କ ଘରକୁ ନ ଆସି ଫୋନ କରି ନାଳୀକୁ ଡ଼ାକିଲେ କଣ ପାଇଁ, ଏହାକୁ ନେଇ ପ୍ରଶ୍ନ ଉଠୁଛି। ଅନ୍ନପୂର୍ଣ୍ଣାଙ୍କୁ ଜବରଦସ୍ତ ଘର ନିକଟରୁ ଉଠାଇ ନିଆଯିବା ପରେ ହତ୍ୟା କରାଯାଇଛି ବୋଲି ସାଧାରଣରେ ସନ୍ଦେହ ହେଉଛି। ଏହି ଘଟଣାର ପୁଲିସ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ସତ୍ୟ ଉନ୍ମୋଚନ ହୋଇପାରିବ ବୋଲି ସାଧାରଣରେ ଦାବି ହେଉଛି। ହତ୍ୟା ଅଭିଯୁକ୍ତ ଜାଣିଣୁଣି ପୁଲିସକୁ ଭୂଆଁ ବୁଲାଇ ଅନ୍ୟ ଅଭିଯୁକ୍ତମାନଙ୍କୁ ଖସାଇବାକୁ କାହାଣୀ ରଚିନି ତ, ବୋଲି ସାଧାରଣରେ ଅଭିଯୋଗ ହେଉଛି।
ପ୍ରକାଶ ଥାଉ କି, ଭେଡ଼ା ଗ୍ରାମର ବିଧବା ଅନ୍ନପୂର୍ଣ୍ଣା ୧୭

ସମ୍ବନ୍ଧିତ ଖବର