ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବିଶାଖାପାଟଣାରୁ ୬ଟି ରୁଟରେ ନୂଆ ସମୟରେ ୬ଟି ଆନ୍ଧ୍ର ସଡ଼କ ପରିବହନ ନିଗମର ୬ଟି ଅଲଟ୍ରା ଡିଲକ୍ସ ବସ ଚାଳିଲା। ଏଥିରେ ୩ଟି ବସ ବିଶାଖାପାଟଣାରୁ ଗୁଣୁପୁରକୁ ଚାଲିଥିବା ବେଳେ ବିଶାଖାପାଟଣାରୁ ଜୟପୁର, ନବରଙ୍ଗପୁର ଓ ଅନକାଡିଲ୍ଲୀକୁ ଗୋଟିଏ ଲେଖାଏଁ ବସ ଚାଳିବା ଆରମ୍ଭ ହୋଇଛି। ବିଶାଖାପାଟଣା-ଜୟପୁର ବସ୍ଟି ସକାଳ ୧୦ଟାରେ ବିଶାଖାପାଟଣାରେ ଛାଡ଼ି ଜୟପୁରରେ ଅପରାହ୍ନ ୪ଟାରେ ପହଚିଂବ। ପୁଣି ଏହି ବସଟି ସଂଧ୍ୟା ୮ଟାରେ ଜୟପୁରରେ ଛାଡ଼ି ମଧ୍ୟରାତ୍ର ୨ଟାରୁ ୩ଟା ମଧ୍ୟରେ ବିଶାଖାପାଟଣା ପହଚିଂବ। ସେହିଭଳି ସଂଧ୍ୟା୫ଟାରେ ବିଶାଖାପାଟଣାରୁ ନବରଙ୍ଗପୁର ଅଭିମୁଖେ ଆଉ ଗୋଟିଏ ବସ ବାହାରି ରାତି ସାଢ଼େ ୧୧ଟା ସୁଦ୍ଧା ପହଚିଂବ।
ଏହି ବସଟି ପୁଣି ଭୋର ୫ଟାରେ ନବରଙ୍ଗପୁରରେ ବାହାରି ସକାଳ ସାଢ଼େ ୧୧ଟାରେ ବିଶାଖାପାଟଣାରେ ପହଚିଂବ। ବିଶାଖାପାଟଣାରୁ ଗୋଟିଏ ବସ ଶ୍ରୀକାକୁଲମ, ୨ୟ ବସଟି ରାଜାମ ଓ ତୃତୀୟ ବସଟି ଗୁମ୍ମାଲକ୍ଷ୍ମୀପୁରମ୍ ଦେଇ ଗୁଣପୁରକୁ ଯିବ ବୋଲି ସୂଚନା ମିଳିଛି। ଆଉ ଗୋଟିଏ ବସ ବିଶାଖାପାଟଣାରୁ ଆରକୁ, ଲମତାପୁଟ-ଜଲାପୁଟ ଦେଇ ଅନକାଡିଲ୍ଲୀରେ ପହଚିଂବ। ସେଭଳି ଆଉ ଗୋଟିଏ ବସଟି ବିଶାଖାପାଟଣାରୁ ବାହାରି ପାରଲାଖେମୁଣ୍ଡି ଯାଉଛି ବୋଲି ସୂଚନା ମିଳିଛି।