କୋଟିଏରୁ ଅଧିକ ଟଙ୍କା ଠକି ନେଇଛି ଆନ୍ଧ୍ର ଚିଟଫଣ୍ଡ !

କୋରାପୁଟ : ଲକ୍ଷେ ଦେଲେ ବର୍ଷକୁ ଦୁଇ ଲକ୍ଷ ହେବ। ୫ ବର୍ଷକୁ ଦୁଇଗୁଣା ହେବାର ଲୋଭ ଦେଖାଇ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ରାଞ୍ଚରୁ କୋଟି କୋଟି ଟଙ୍କା ନେଇଛି ୱେଲଫର ଚିଟ ଫଣ୍ଡ ସଂସ୍ଥା। କୋରାପୁଟ ଜିଲ୍ଲାରୁ ପ୍ରାୟ ଦେଢ କୋଟି ଟଙ୍କା ଠକି ନେଇଛି ଏହି ସଂସ୍ଥା। ସେମିଳିଗୁଡା, ସୁନାବେଢା, ଜୟପୁର, କୋରାପୁଟ ଓ ଦାମନଯୋଡିରେ ପ୍ରାୟ ୧୨୦ଜଣ ଗରାଖଙ୍କଠାରୁ ଠକି ନେଇଛି ଏହି ସଂସ୍ଥା। ଝାଳବୁହା ଧାନକୁ ଡବଲ୍‌ ହେବାର ପ୍ରତିଶ୍ରୁତି ଦେଇ ଗରିବଙ୍କ ଟଙ୍କା ଲୁଟିଥିଲେ। ସେହି ଟଙ୍କା ଫେରାଇବା ବଦଳରେ ଗ୍ଲାମର ଦୁନିଆରେ ରୋମାନ୍ସ କରୁଥିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରୁଥିଲେ ବିଗ୍‌ ବଜେଟ୍‌ ସିନେମା। କ୍ରାଇମବ୍ରାଞ୍ଚ ଅପରାଧ ଶାଖା ହାତରେ ଧରା ପଡ଼ି ଜେଲ୍‌ ଯିବା ପରେ ଜଣାପଡ଼ିଛି ପୂର୍ବତନ ବିଧାୟକ ଏମ.ଭି. ପ୍ରସାଦଙ୍କ ଟଲିଉଡ ଲାଇଫ୍‌ଷ୍ଟାଇଲ୍‌। ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ଏମ୍‌.ଭି ପ୍ରସାଦ ୱେଲ୍‌ଫେୟାର ଗ୍ରୃପ ଅଫ୍‌ କମ୍ପାନୀ ଖୋଲିଥିଲେ। ୨୦୦୧ ମସିହାରୁ ଏହି କମ୍ପାନୀ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ଝାରଖଣ୍ଡ ପରି ରାଜ୍ୟରେ ଶାଖା ଖୋଲି ୫ ବର୍ଷରେ ଟଙ୍କା ଡବଲ୍‌ ହେବ ଓ ଜମି ଦେବାକୁ କହି ଅର୍ଥ ଆଦାୟ କରିଥିଲା। କମ୍ପାନୀ ପାଖାପାଖି ୧୨୦୦ କୋଟିରୁ ଅଧିକ ଟଙ୍କା ଆଦାୟ କରିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଲୋକଙ୍କୁ ଠକିଥିଲାବେଳେ ଟଙ୍କା ଫେରାଇ ନ ଥିଲା। ଚିଟଫଣ୍ଡ ଠକେଇର ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କର କୋରାପୁଟ ଜିଲା ର ସେମିଳିଗୁଡା ସହର ରେ  ଚିଟଫଣ୍ଡ ଲିଙ୍କ ଥିବା ଜଣାପଡ଼ିଛି।  ସହର ର ମୁଖ୍ୟ ରାସ୍ତା ବା ଜାତୀୟ ରାଜପଥ କଡରେ ଏକ କୋଠା ଘର ସେ ୨୦୧୩-୧୪ମସିହାରେ  ୱେଲଫ‌େୟାର ଚିଟ ଫଣ୍ଡ ସଂସ୍ଥା ଆରମ୍ଭ କରି ୨୦୧୬ ମସିହାରରେ ଏହି କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲେ । ବର୍ତ୍ତମାନ ସେ ଜାଗାରେ ସେଳୁନ ଓ ଏଟିମ ରହିଛି। ସେ ସମୟରେ ପ୍ରତି ଗାଁ ରେ ଲୋକାଲ ଏଜେଣ୍ଟ ରଖି ମାସିକ ଓ ବାର୍ଷିକ ଭଳି ଲୋଭନୀୟ ସ୍କିମ କରି ଟଙ୍କା ଆଦାୟ କରିଥିବା ଜଣା ପଡିଛି । କୋଟି କୋଟି  ଟଙ୍କା ଗ୍ରାହକଙ୍କଠାରୁ  ଆଦାୟ କରିଥିବା ଜଣା ପଡୁଛି ।ଦୀର୍ଘ ଦିନ ହେଲା ଅଫିସ ଉଠିଯାଇଥିବାରୁ ସଠିକ ତଥ୍ୟ ମିଳିପାରୁନି। କିଛି ଲୋକଙ୍କୁ ଆରକୁ ରେ ଆଉ କିଛି ଲୋକଙ୍କୁ ଭାଇଯାଗ ରେ  ରିପେମେଂଟ ବି କରିଥିବା ସୂଚନା ମିଳିଛି ।ବହୁତ ଲୋକଙ୍କ ଟଙ୍କା ଏବେ ପର୍ଯ୍ୟନ୍ତ ମିଳିନାହିଁ ହେଲେ ଏ ନେଇ କିଛି ଅଭିଯୋଗ  ବର୍ତ୍ତମାନ ସୁଦ୍ଧା ଥାନାରେ ହୋଇନାହିଁ ।

ଏନେଇ ସ୍ତାନୀୟ ବ୍ୟବସାୟୀ ବଂଶୀଧର କହିଛନ୍ତି ୮ ବର୍ଷ ତଳେ ଯେତେବେଳେ ଏହ କାର୍ଯ୍ୟାଳୟ ଖୋଲିଥିଲା ସେତେବେଳେ ୧୦ରୁ ୧୨ ଜଣ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ବସି ରହି କାମ କରୁଥିଲେ। ବହୁତ ଲୋକେ କୋଟି କୋଟି ଟଙ୍କା ବାନ୍ଧିଥିଲେ। ହେଲେ ହଠାତ କାର୍ଯ୍ୟାଳୟ ଉଠିବାରୁ ଲୋକେ ଉପାୟ ନ ପାଇ ଚୁପ ବସିଥିଲେ। କିଛି ଲୋକେ ଆରକୁ ଓ ବିଶାଖାପାଟଣାକୁ ଯାଇଥିଲେ ମଧ୍ୟ କିଛି ସୁବିଧା ମିଳି ପାରି ନ ଥିବା ଜଣାପଡିଛି।

ଏନେଇ ସେମିଳିଗୁଡା ଥାନାଅଧିକାରୀ କ୍ଷରେଶ୍ବର ସାହୁ କହିଛନ୍ତି ଯେ ଏବେ ଯାଏ କୌଣସି ଲୋକଙ୍କଠାରୁ ଆମେ ଅଭିଯୋଗ ପାଇନାହୁଁ। ଅଭିଯୋଗ ପାଇବାପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ‌େ କହିଛନ୍ତି।

ସମ୍ବନ୍ଧିତ ଖବର