କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଛି ୱାଇଏସଆର କଂଗ୍ରେସ ଦଳ। ଏହାସହ ଓଡ଼ିଶାର ଏହି ଗାଁରେ ଏବେ ଆନ୍ଧ୍ର ରାଜୁତି କରିବାକୁ ଲାଇସେନ୍ସ ପାଇ ଯାଇଛି। ସାଲୁର ବିଧାୟକ ପିଡ୍ଡିକା ରାଜାନ୍ନା ଦୋରାଙ୍କ କଥାରେ ନାଚିବେ କୋଟିଆ ଗ୍ରାମପୁଞ୍ଜର ନିର୍ବାଚିତ ପ୍ରତିନିଧୀ। କୋଡମା, ଗଞ୍ଜେଇ ବାଦ୍ରା, ସାରିକା, ଥୋନମ୍ ଓ କୁରକୁଟିରେ ବାଜି ମାରିଛି ୱାଇଏସଆର କଂଗ୍ରେସ। ବହୁ ପ୍ରତିକ୍ଷା ପରେ ଆଜି ଓଡିଶା ଓ ଆନ୍ଧ୍ରପ୍ରଦେଶର ସିମାନ୍ତରେ ଥିବା କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି। ଓଡ଼ିଶାର ତଳ ଗଂଜେଇପଦର ଗାଁ ଯାହାକୁ ଆନ୍ଧ୍ର ସରକାର ଗଂଜେଇଭଦ୍ରା ପଂଚାୟତ ଭାବେ ନାମକରଣ କରିଛନ୍ତି ସେଠାର ଭୋଟରଙ୍କୁ ନେଇ ନେରେଡି ବାଲାସାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗତ ଅପ୍ରେଲ ୮ ତାରିଖରେ ସାଲୁର ମଣ୍ଡଳ ପରିଷଦ ଗଂଜେଇଭଦ୍ରା ସହଅନ୍ୟ ଏମ୍ପିଟିସିର ସଦସ୍ୟତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ସାଲୁର ଠାରେ ସରକାରୀ ଡିଗ୍ରୀ କଲେଜରେ କରାଯାଇଥିବା ଭୋଟ ଗଣତିରେ ସମୁଦାୟ ୨୭୦ ଟି ଭୋଟ ପଡିଥିଲା। ସେଥିରୁ ୱାଇଏସଆର କଂଗ୍ରେସ ଦଳର ମାଜ୍ଜି ଆପ୍ପାଲମ୍ମା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସିପିଏମ ଦଳର ମାର୍ରି ଡମ୍ବାଇଙ୍କୁ ୪୧ ଟି ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।
ଏଥିରେ ମାଜ୍ଜି ୧୨୪ଟି ଭୋଟ ପାଇଥିବାବେଳେ ମୋଟ୍ ୮୩ ଟି ଭୋଟ ପାଇଛନ୍ତି। ସବୁଠୁ ବଡ କଥା ହେଲା ୪୭ଟି ଭୋଟ ନାକଚ ହୋଇଥିବାବେଳେ ୧୫ଟି ମୋଟ ନୋଟାକୁ ପ୍ରଦାନ କରିଛନ୍ତି। ଠିକ ସେହିପରି କୋଟିଆ ପଂଚାୟତରର ଫାଟୁସିନେରୀ ଓ ଫଗୁଣ ସିନେରୀ ଗ୍ରାମ ଅନ୍ତର୍ଭୁକ୍ତ ହୋଇଥିବା ଆନ୍ଧ୍ରପ୍ରଦେଶର କୋଡ଼ମା ଏମ୍ପିଟିସି ନିମନ୍ତେ ହୋଇଥିବା ନିର୍ବାଚନରେ ୱାଇଏସଆର କଂଗ୍ରେସର ଓଡ଼ିଆ ଭାଷାଭାଷୀ ଗିନ୍ଦେ ଗେମେଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଟିଡିପିର ବୁନ୍ଦା ଶୋଡିପିଲ୍ଲୀଙ୍କୁ ୮୦ ଟି ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।
ଓଡିଶା ମାଟିର ଗଂଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀରେ ଆନ୍ଧ୍ରପ୍ରଦେଶ ଏମପିଡିସି ସଦସ୍ୟ ନିର୍ବାଚିତ ହେବା ଆନ୍ଧସରକାରଙ୍କ ଓଡିଶାର ଜନସାଧାରଣଙ୍କୁ ନିଜ ଆଡକୁ ଟାଣିନେବା ଦିଗରେ ଚାକିଥିବା ପ୍ରଚେଷ୍ଟା ଦିଗରେ ଏକ ବୃହତ ପ୍ରୟାସ ବୋଲି କୋରାପୁଟରେ ଚର୍ଚ୍ଚା ଚାଲିଛି। ସାରିକା ଏମପିଟିସିରେ ବି.ଆମଲା ୩୧୧ ଭୋଟ ପାଇ ଆଗୁଆ ରହିଥିବାବେଳେ ସି. ସିନାମ୍ମ୍ ପଛୁଆ ରହିଛନ୍ତି। ଏହି ଏମପିସିଟିରେ କୋଟିଆର ନାରେଡିବାଲସା ଓ ତାଡିବାଲସା ଗାଁ ରହିଛି । ଥୋନୋମ ଏମପିଟିସିରେ ଏମ. ପେଣ୍ଟାଗା ୧୦୭୯ ଭୋଟ ପାଇ ଆଗୁର ରହିଥିବାବେଳେ ଏମ.ଲକ୍ଷ୍ମୀ ପଛରେ ରହିଛନ୍ତି। ଏହିଠାରେ ଫଟୁସିନେରୀ ଓ ଫଗୁଣସିନେରୀ ରହିଛି। ସେହିପରି କୁରକୁଟିରେ ଜି. ସୁବାରାଓ ୬୩୬ ଭୋଟରେ ଆଗୁଆ ରହିଥିବାବେଳେ କେ. କନ୍ମାୟାମ୍ମା ପଛରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/kpt-kotiya-nirbachan.jpg)