ଫାଟୁ ସ‌େନେରୀରେ ସ୍କୁଲ ଖୋଲିଲା ଆନ୍ଧ୍ର, ଚାଳିଆରେ ୧ରୁ ୫ମ ଯାଏ ପାଠ ପଢା ଆରମ୍ଭ

୧୭ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ଜଣେ ଶିକ୍ଷକ

କୋରାପୁଟ (ଶ୍ରୀକାନ୍ତ ସାହୁ): ଓଡ଼ିଶା ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ‌ବିବାଦୀୟ କୋଟିଆ ଗ୍ରାମପୁଞ୍ଜ ଅନ୍ତର୍ଗତ ଫାଟୁ ସେନେରୀରେ ପ୍ରାଥମିକ ଶିକ୍ଷା ପାଇଁ ସ୍କୁଲର ଭିତ୍ତିଭୂମି ରହିଛି। ପ୍ରଥମ ଶ୍ରେଣୀରୁ ୫ମ ଶ୍ରେଣୀ ଯାଏ ଏକାଧିକ ସ୍କୁଲ ଘର ରହିଛି ହେଲେ ଶିକ୍ଷାଦାନ ଆରମ୍ଭ ହୋଇପାରୁନି। କୋଭିଡ ଯୋଗୁଁ ବନ୍ଦ ହୋଇଛି ଯେ ବନ୍ଦ ଖୋଲିବା ନାଁ ଧରୁନି। ଏହାର ଫାଇଦା ନେଇ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଫାଟୁ ସ‌େନେରୀରେ ସ୍କୁଲ ଖୋଲିଛି ଆନ୍ଧ୍ର ସରକାର। ବିଜୟ ନଗର ଜିଲ୍ଲା ସାଲୁର ମଣ୍ଡଳ ଅନ୍ତର୍ଗତ ଏହି ଗାଁରେ ନିର୍ବାଚନ ଶେଷ ହେବା ପରେ ଶିକ୍ଷାଦାନ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଶିକ୍ଷକମାନେ ସ୍କୁଲକୁ ଯାଉ ନ ଥିବାବେଳେ ଆନ୍ଧ୍ର ଏହାର ସୁଯୋଗ ନେଇ ଆରମ୍ଭ କରି ଦେଇଛି ଶିକ୍ଷା ଦାନ। ଓଡ଼ିଆରେ ପଢୁଥିବା ୧୭ଜଣ ଛାତ୍ର‌ଛାତ୍ରୀଙ୍କୁ ତେଲଗୁ ଭାଷାରେ ଶିକ୍ଷା ଦେଇ ନିଜର କରିବାକୁ ଅପ ପ୍ରୟାସ ଆରମ୍ଭ କରିଛି ଆନ୍ଧ୍ର। ଏହା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ସବୁ ସୁବିଧାର ଏକ ପୋଷ୍ଟର ମାରି ଶିକ୍ଷା ଦିଆଯାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏବେ ଯାଏ ସ୍କୁଲ ଖୋଲି ପାରିନି। କେବେ ଖୋଲିବ ତାହା ଜଣା ନ ଥିବାବେଳେ ଏହାର ସୁଯୋଗ ନେଇ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଶିକ୍ଷାଦାନ ଆରମ୍ଭ କରିଦେଇଛି। ଶିକ୍ଷକ ଜଣକ ଅଧିକାଂସ ଦିନ ଏହିଠାରେ ରହି ଶିକ୍ଷାଦାନ କରୁଥିବାବେଳେ ମାସ ଶେଷରେ ଘରକୁ ଯାଉଥିବା ଜଣାପଡିଛି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ଗ୍ରାମପୁଞ୍ଜରେ ରହିଥିବା ବିବାଦୀୟ ଫାଟୁ ସ‌େନେରୀ ପ୍ରାଥମିକ ବିଦ୍ୟଳୟକୁ ଶିକ୍ଷକ ଶିକ୍ଷୟିତ୍ରୀ ଯାଉ ନାହାନ୍ତି। ମାସେକୁ ଦୁଇ ମାସକୁ ଥରେ ଅଧେ ଯାଇ ମୁହଁ ମାରି ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଓଡ଼ିଶା ଗାଁ ରେ ଆନ୍ଧ୍ର ସ୍କୁଲ, ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ତେଲୁଗୁ ଭାଷା ରେ ଚାଲିଛି ଶିକ୍ଷା ଦାନ। ପୋଡ଼ଶୀ ଆନ୍ଧ୍ରର ଦାଦାଗିରି ଏତେଯେ କୋଟିଆ ଭିତରେ ପଶି ପୁଲିସ ଫୋର୍ସ ଲଗେଇ ପଞ୍ଚାୟତ ନିର୍ବାଚନ କରିବା ପରେ ଏବେ ସ୍କୁଲ ଖୋଲି ଓଡ଼ିଆ ଭାଷାକୁ ମାରିବାକୁ ବସିଛି । ଏବେ ପାଟୁସିନେରୀ ଗାଁ ରେ ଏକ ଅସ୍ଥାୟୀ ଚାଳିଆରେ ଚଲେଇଛି ସ୍କୁଲ। ଆନ୍ଧ୍ର ର ଜଣେ ଶିକ୍ଷକ ମଧ୍ୟ ଉକ୍ତ ସ୍କୁଲ ନିମନ୍ତେ ନିଯୁକ୍ତି ହୋଇଛନ୍ତି। ସେହି ସ୍କୁଲରେ ପାଟୁସ‌େନେରୀ ଗାଁ ର ବର୍ତ୍ତମାନ ୧୭ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାଠ ପଢୁଛନ୍ତି। ପ୍ରଥମ ଶ୍ରେଣୀ ରେ ୪ ଜଣ, ୨ୟ ଶ୍ରେଣୀ ରେ ୦୮ ଜଣ, ୩ୟ ଶ୍ରେଣୀ ରେ ଜଣେ, ୪ର୍ଥ ଶ୍ରେଣୀ ରେ ୪ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୫ମ ଶ୍ରେଣୀରେ କେହି ଶିକ୍ଷକ ନ ଥିବା ଜଣାପଡିଛି। ସେମାନେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମାସିକ ୧୫ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଟ ପାଉଥିବା ବେଳେ ମାଗଣାରେ ବହିପତ୍ର, ଡ୍ରେସ, ମଧ୍ୟାର୍ଣ୍ଣ ଭୋଜନ ଇତ୍ୟାଦି ପାଉଥିବାରୁ ଶିକ୍ଷା ଗ୍ରହଣ କରୁଥିବା କହିଛନ୍ତି।

ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିୟୋଜିତ ରହିଥିବା ଶିକ୍ଷକ ଏ.ଗଣେଷ କହିଛନ୍ତି ଯେ,ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହିଠାରେ ବିଦ୍ୟାଳୟ ଖୋଲାଯାଇଛି। ମୋତେ ଏହିଠାରେ ଶିକ୍ଷାଦାନ କରିବାକୁ ନିର୍ଦ୍ଦେଶ ରହିଥିବାରୁ ମୁଁ ଶିକ୍ଷାଦାନ କରୁଛି। ଆଜି ୧୭ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଚାହିଁବିାରୁ ଆମେ ଶିକ୍ଷାଦେଲୁ। ଅବିଭାବକମାନେ ସେମାନଙ୍କ ପିଲାଙ୍କୁ ଆଣି ଏହିଠାରେ ଛାଡି ଦେଇଥିବାରୁ ଆମ କାମ ଆମେ କରୁଛୁ ବୋଲି ସେ କହିଛନ୍ତି।

ଏନେଇ ଫାଟୁସ‌େନେରୀ ପ୍ରାଥମିକ ବିଦ୍ୟାଳୟ କମିଟିର ସଭାପତି  କହିଛନ୍ତି ଯେ ଓଡ଼ିଶା ସରକାର ଏବେ ଯାଏ ବିଦ୍ୟାଳୟ ଖୋଲୁ ନାହାନ୍ତି। ଶିକ୍ଷକମାନେ କେବେ ଆସୁଛନ୍ତି ତ କେବେ ନାହିଁ। ଆନ୍ଧ୍ର ସରକାର ସବୁ ସୁବିଧା ଦେଉଥିବାରୁ ଆମେ ଆମ ଶିଶୁଙ୍କୁ ସେଠାକୁ ପଢାଇବାକୁ ଛାଡୁଛୁ। ଏହି ପିଲାମାନେ ସେହି ଓଡ଼ିଆ ସ୍କୁଲରେ ପଢୁଥିଲେ ଏବେ ସ୍କୁଲ ଖୋଲୁ ନ ଥିବାରୁ ଆମେ ଆନ୍ଧ୍ର ସ୍କୁଲରେ ପଢାଉଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର