ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ମହାରାଜପୁର ଅଙ୍ଗନବାଡ଼ି କେନ୍ଦ୍ର-୩ (ଗଞ୍ଜଡ଼ିହ)ର ଅଙ୍ଗନବାଡ଼ି କର୍ମୀ ପ୍ରଜ୍ଞା ପାରମିତା ଦାସ (୨୮) ଆଜି ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରିବା ପରେ ସେହି ଘରେ ସେ ଆତ୍ମହତ୍ୟା କରିଥିବା ଦେଖାଯାଇଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ତାଙ୍କ ସ୍ୱାମୀ 'ଆଚ୍ଛା' ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ବିସ୍ମିତ ଦାସ ହୋଇଥିବାବେଳେ ଘଟଣାସ୍ଥଳରେ ପୁଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।